ଓଡିଶା

odisha

ବେଗୁନିଆ ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ବ୍ୟାଟେରୀ ଚୋର ଗ୍ୟାଙ୍ଗ : 3ଗିରଫ

By

Published : Mar 12, 2023, 9:55 PM IST

ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ଗ୍ରାମରେ ଥିବା ରିଲାଏନ୍ସ ଟେଲିଫୋନ ଟାଓ୍ବାରର ଲୁହା ଗ୍ରୀଲ ଗେଟ ଭାଙ୍ଗି ବ୍ଯାଟେରୀ ଚୋରି କରୁଥିବା ଘଟଣାରେ 3ଜଣ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

battery theft gang
battery theft gang

ବ୍ୟାଟେରୀ ଚୋର ଗ୍ୟାଙ୍ଗ

ଖୋର୍ଦ୍ଧା:ପୋଲିସ ପଞ୍ଝାରେ ବ୍ୟାଟେରୀ ଚୋର ଗ୍ୟାଙ୍ଗ। ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ଗ୍ରାମରେ ଥିବା ରିଲାଏନ୍ସ ଟେଲିଫୋନ ଟାଓ୍ବାରର ଲୁହା ଗ୍ରୀଲ ଗେଟ୍‌ ଭାଙ୍ଗି ବ୍ୟାଟେରୀ ଚୋରି କରିବାକୁ ଉଦ୍ୟମ । ତେବେ ଗତ ୮ ତାରିଖ ରାତ୍ରି ୨ଟା ବେଳେ ୩ଜଣ ଚୋର ଏକ କାରରେ ଆସି ବ୍ୟାଟେରୀ ଚୋରି କରୁଥିବା ବେଳେ ରିଲାଏନ୍ସ ଟାଓ୍ବାରର ପ୍ରାଟ୍ରୋଲିଂ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଫଳରେ ଏହା ଜାଣିପାରି ଚୋରମାନେ ଘଟଣା ସ୍ଥଳରୁ ଫେରାର୍‌ ଯାଇଥିଲେ।

କିନ୍ତୁ ସେମାନେ ଆଣିଥିବା ଏକ କାର( ନଂ OD 13 B 7700)କୁ ଘଟଣାସ୍ଥଳରେ ଛାଡି ଚାଲିଯାଇଥିଲେ । ଏହି ଘଟଣାକୁ ନେଇ ରିଲାଏନ୍ସ ଟାୱାର କର୍ମଚାରୀ ରତି ରଞ୍ଜନ ପୁଷ୍ଟି ବେଗୁନିଆ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଏହି ଚୋରି ରେ ଆନ୍ତଃରାଜ୍ୟ ଚୋର ଦଳଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲେ । ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଘଟଣାର ତଦନ୍ତ ତ୍ବରାନ୍ବିତ କରିବାକୁ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରଶାଦ ଶତପଥୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବେଗୁନିଆ ପୋଲିସ ତଦନ୍ତ ତ୍ବରାନ୍ବିତ କରିବା ସହ କାର୍‌ର ନମ୍ବର ଓ ମୋବାଇଲ ଟାଓ୍ବାରର CCTV ଫୁଟେଜକୁ ଭିତ୍ତି କରି ଅପରାଧୀମାନଙ୍କୁ ଭୁବନେଶ୍ୱରର ବଡଗଡ ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-2024 Election: କେନ୍ଦ୍ରୀୟ ନେତାଙ୍କ ନଜରରେ ଓଡ଼ିଶା, ଆସୁଛନ୍ତି ଅମିତ ଶାହ

ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରାଉଚରା କରିବା ପରେ ପୋଲିସ ସେମାନଙ୍କଠାରୁ ତଥ୍ୟ ପାଇଥିଲା । ସମସ୍ତ 3ଜଣ ଅଭିଯୁକ୍ତ ଉତ୍ତର ପ୍ରଦେଶର ମିରଟ ଅଞ୍ଚଳର ଏସକେ ରିଜଓ୍ବାନ ମଲ୍ଲିକ , ଫିଜାନା ମଲ୍ଲିକ ଓ ସୋଏବ ମଲ୍ଲିକ । ଏମାନେ 6 ମାସ ଧରି କଟକ ଓ ରାୟଗଡାରେ ଦୁଇଟି କ୍ୟାମ୍ପ କରି ବିଭିନ୍ନ ଟାଓ୍ବାରରୁ ବ୍ୟାଟେରୀ ଚୋରି କରୁଥିଲେ । ଏଥିସହ ଏହି ଚୋରି ବ୍ୟାଟେରୀକୁ ଦିଲ୍ଲୀକୁ ପଠାଇ ସେଠାରେ ବିକ୍ରି କରୁଥିବା ପୋଲିସ ଆଗରେ ମାନିଥିଲେ । ଏହି ଆନ୍ତଃ ରାଜ୍ୟ ଚୋରମାନେ ଓଡ଼ିଶାର ରାୟଗଡ଼ା, କଟକ, ଜୟପୁର, ଭଦ୍ରକ, କନ୍ଧମାଳ, ନୟାଗଡ ଓ ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ମୋବାଇଲ ଟାଓ୍ବାରୁ ବ୍ୟାଟେରୀ ଚୋରି କରୁଥିବା ନେଇ ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ବ ମାମଲା ରହିଥିବା ବେଗୁନିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ ଖୋର୍ଦ୍ଧା

ABOUT THE AUTHOR

...view details