ଖୋର୍ଦ୍ଧା:ଜିଲ୍ଲାରେ ବସନ୍ତ ପଞ୍ଚମୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । କୋରୋନା ମହାମାରୀ ପାଇଁ ବିଗତ ୨ ବର୍ଷ ଧରି ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଶୁକ୍ରବାର ଆରମ୍ଭ ହୋଇଛି ବସନ୍ତ ପଞ୍ଚମୀ ମହୋତ୍ସବ । ସମ୍ବଲପୁର ନାଚ ଗୀତରେ ଝୁମିଲେ ଦର୍ଶକ । ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକ ଲୋଚନକୁ ଆଣିବା ସହ ଅଞ୍ଚଳର କଳା ସଂସ୍କୃତିକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟ ନେଇ ୨୦୧୯ ମସିହାରେ ଜାକଜମକରେ ଆରମ୍ଭ ହୋଇଥିଲା ବସନ୍ତ ପଞ୍ଚମୀ ମହୋତ୍ସବ। କୋରୋନା ମହାମାରୀ ପାଇଁ ଦୁଇ ବର୍ଷ ଧରି ବନ୍ଦଥିବା ମହୋତ୍ସବକୁ ଚଳିତବର୍ଷ ବେସ ଧୁମଧାମରେ ଆୟୋଜନ କରିଛନ୍ତି ବେଗୁନିଆ ବ୍ଲକ ମଲିପଦର-ବାସୁ ଦେବପୁର ଗ୍ରାମବାସୀ ।
ଏହା ମଧ୍ୟ ପଢନ୍ତୁ: Hockey World Cup: ଆଜି ଭାରତ-ଦକ୍ଷିଣ ଆଫ୍ରିକା କ୍ଲାସିଫିକେସନ ମ୍ୟାଚ
ଶୁକ୍ରବାର ଶୀତୁଆ ସନ୍ଧ୍ୟାରେ ବସନ୍ତ ପଞ୍ଚମୀ ମହୋତ୍ସବକୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ସରକାରଙ୍କ କୃଷି ଓ ଶିଳ୍ପ ନିଗମ ଉପାଧ୍ୟକ୍ଷ ସନ୍ତୋଷ ବେଜ ଉଦଘାଟନ କରିଥିଲେ। ମହୋତ୍ସବ କମିଟିର ସଭାପତି କୁଞ୍ଜବିହାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ ଶିଳ୍ପ ନିଗମ ଉପାଧ୍ୟକ୍ଷ ସନ୍ତୋଷ ବେଜ, ସମ୍ମାନୀତ ଅତିଥିଭାବେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ,ଜିଲା ବିଜେଡି ଉପସଭାପତି ଦିଲ୍ଲୀପ କୁମାର ମହାଭୋଇ ଓ ମହୋତ୍ସବ କମିଟି ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ କୁମାର ବେହେରା, ସଂପାଦକ ଦିବାକର ପଣ୍ଡା ପ୍ରମୁଖ ଯୋଗଦେଇ ମହୋତ୍ସବ ସଂପର୍କରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଉଦଘାଟନୀ ଉତ୍ସବରେ ସମ୍ବଲପୁରୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟମନ ମୋହିଥିଲା । ଶୀତୁଆ ସନ୍ଧ୍ୟାରେ ମହୋତ୍ସବକୁ ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ। ବିଳମ୍ବିତ ରାତି ଯାଏଁ କଳାକାର ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ କଳାକାରଙ୍କ ନୃତ୍ୟର ତାଳେତାଳେ ଝୁମିଥିଲେ ଦର୍ଶକ । ଦୀର୍ଘ ଦୁଇବର୍ଷ ପରେ ମହୋତ୍ସବର ଆୟୋଜନ କରାଯାଇଥିବାରୁ ଖୁସିଥିବା କହିଛନ୍ତି ଦର୍ଶକ ।