ଓଡିଶା

odisha

By

Published : Dec 10, 2022, 1:43 PM IST

ETV Bharat / state

ସୋମବାର ଶପଥ ନେବେ ବର୍ଷା ସିଂ ବରିହା

ଆସନ୍ତା ସୋମବାର ପଦ୍ମପୁର ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା । ଅଧିକ ପଢନ୍ତୁ

ସୋମବାର ଶପଥ ନେବେ ବର୍ଷା, ପଦ ଏବଂ ଗୋପନୀୟତାର ଶପଥ ପାଠ କରିଇବେ ବାଚସ୍ପତି
ସୋମବାର ଶପଥ ନେବେ ବର୍ଷା, ପଦ ଏବଂ ଗୋପନୀୟତାର ଶପଥ ପାଠ କରିଇବେ ବାଚସ୍ପତି

ଭୁବନେଶ୍ବର:ଆସନ୍ତା ସୋମବାର ପଦ୍ମପୁର ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା( Barsha Singh Bariha to take oath on Monday) । ବର୍ଷାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଦିନ ସାଢେ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ରହିଛି । ଏହାପୂର୍ବରୁ ସେ ଆଜି ବାଚସ୍ପତିଙ୍କୁ ତାଙ୍କର ଆବାସିକ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି ।

ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନର ସମସ୍ତ ନିର୍ବାଚନ ପ୍ରକ୍ରିୟା । ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା । ଆସନ୍ତା ସୋମବାର ସେ ବିଧିବଦ୍ଧ ଭାବେ ଶପଥ ନେବେ । ଏହି ପରିପ୍ରେକ୍ଷୀରେ ଆଜି ବର୍ଷା ବାଚସ୍ପତିଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟିଛନ୍ତି । ତାଙ୍କ ସହ ଭଟଲି ବିଧାୟକ ସୁଶାନ୍ତ ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ନବନିର୍ବାଚିତ ବିଧାୟିକା ବାଚସ୍ପତିଙ୍କୁ ଭେଟି ଆଶୀର୍ବାଦ ନେବା ସହ ତାଙ୍କ ସାଙ୍ଗରେ ଆଲୋଚନା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: RajyaSabha: କେନ୍ଦୁପତ୍ରରୁ ସମ୍ପୂର୍ଣ୍ଣ GST ଛାଡ ଦାବି କଲା ବିଜେଡି

ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ଗତକାଲି ବର୍ଷା ଭୁବନେଶ୍ୱର ଆସିଛନ୍ତି । ପ୍ରଥମେ ସେ ନିଜ ଶାଶୁଘରୁ ଯାଇ ସେଠାରେ ଶାଶୁ ଓ ଶ୍ବଶୁରଙ୍କ ଆଶୀର୍ବାଦ ନେଇଥିଲେ । ଏହାପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ପଦ୍ମପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପ୍ରାୟ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details