ଓଡିଶା

odisha

ETV Bharat / state

ଖାଦ୍ୟ ଅନ୍ବେଷଣରେ ଯାଇ ଜାଲରେ ପଡିଲା ବାରହା

ଗତକାଲି ଖୋର୍ଦ୍ଧା ବେଗୁନିଆ ବ୍ଲକ ସିମର ଗ୍ରାମରେ ଥିବା ଏକ ପୋଖରୀ ଭିତରେ ପଡିଥିବା ଏକ ବାରାହାକୁ ଉଦ୍ଧାର କରିଛି ବନବିଭାଗ ।

By

Published : Jan 26, 2021, 7:00 PM IST

ବାରାହା ଉଦ୍ଧାର
ବାରାହା ଉଦ୍ଧାର

ଖୋର୍ଦ୍ଧା: ଜଙ୍ଗଲ କ୍ଷୟ କାରଣରୁ ଜଙ୍ଗଲି ଜୀବ ଏବେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁଁହା ହେଉଥିବା ଦେଖାଦେଇଛି । ସେହିଭଳି ଖାଦ୍ୟ ଅନ୍ବେଷଣରେ ଆସି ଏକ ପୋଖରୀ ଭିତରେ ପଡିଯାଇଥିବା ଜଙ୍ଗଲି ବାରହାକୁ ଆଜି ଉଦ୍ଧାର କରିଛି ବନବିଭାଗର ଟିମ ।

ପୋଖରିରୁ ବାରାହ ଉଦ୍ଧାର

ସୂଚନା ଅନୁଯାଇ ଗତକାଲି(ସୋମବାର) ଖୋର୍ଦ୍ଧା ବେଗୁନିଆ ବ୍ଲକ ସିମର ଗ୍ରାମରେ ଥିବା ଏକ ପୋଖରୀ ଭିତରେ ଏକ ବାରାହା ପଡିଥିବା ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ । ସୋମବାର ଖବର ପାଇ ବନବିଭାଗ ଟିମ ଘଟଣାସ୍ଥଳକୁ ଆସିଥିଲେ ବି ବାରହାକୁ ଧରିବାରେ ସକ୍ଷମ ହୋଇ ନଥିଲେ ।

ତେବେ ଆଜି ଜାଲ ପକାଇ ବାରାହାକୁ ଧରିଥିବା ଦେଖାଦେଇଛି । ବାରାହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ବେଶ ଭିଡ଼ ପରିଲକ୍ଷିତ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details