ଓଡିଶା

odisha

ETV Bharat / state

କୋରୋନା ମୁକାବିଲାରେ ଫେଲ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରୋଗୀଙ୍କୁ ମିଳୁନି ମାସ୍କ

କୋରନା ମୁକାବିଲାରେ ଫେଲ ମାରଛି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ରୋଗୀଙ୍କୁ ମାସ୍କ ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ.....

corona fear
କୋରୋନା ମୁକାବିଲାରେ ଫେଲ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରୋଗୀଙ୍କୁ ମିଳୁନି ମାସ୍କ

By

Published : Mar 18, 2020, 2:52 AM IST

ଖୋର୍ଦ୍ଧା : ମହାମାରୀର ରୂପ ନେଇଛି କୋରୋନା । କୋରୋନାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନ ତତ୍ପରତା ଦେଖାଉ ଥିବାବେଳେ ଏହାର ନଗ୍ନଚିତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । । ବାଣପୁର ପ୍ରାୟ ଦେଢ ଲକ୍ଷ ଲୋକେ ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ବିଦେଶକୁ ଯିବା ଆସିବା ମଧ୍ୟ କରିଥାନ୍ତି । ବିଦେଶରୁ ଫେରି ଅସୁସ୍ଥ ଅନୁଭବ କରି କୋରନା ଭୟରେ ବାଣପୁର ସ୍ବାସ୍ଥ୍ୟ କେନ୍ଦ୍ର ଯାଉଛନ୍ତି ।

କୋରୋନା ମୁକାବିଲାରେ ଫେଲ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରୋଗୀଙ୍କୁ ମିଳୁନି ମାସ୍କ

କିନ୍ତୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନାଅଛି ଚିକିତ୍ସାର ସୁବିଧା ନା ରହିଛି ଆଇସୋଲେଶନ ୱାର୍ଡ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ମାସ୍କ ମିଳୁ ନଥିବା ଅଭିଯୋଗ ହୋଇଛି । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ମୁହଁରେ ରୁମାଲ ଦେଇ ମେଡିକାଲ ଭିତରେ ବସିଥିବା ଦେଖିବାକୁ ମିଳିଛି । ଆଇସୋଲେଶନ ୱାର୍ଡରେ ରଙ୍ଗ ବୋଳା ହେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details