ଖୋର୍ଦ୍ଧା: କୋରୋନା ବିରୋଧରେ ଲଢେଇ ପାଇଁ ସାରା ଦେଶରେ ଜାରି ହୋଇଛି ସଂଗ୍ରାମ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବନ କ୍ରମେ ସାରା ଦେଶରେ ପାଳନ ହେଉଛି ଲକଡାଉନ । ତେବେ କେତେକ ଲୋକ ଜାଣିଶୁଣି ଲକଡାଉନକୁ ଉଲଘଂନ କରୁଛନ୍ତି ।
ଲକଡାଉନ ଉଲଘଂନ; ବାଣପୁରରେ 4 ଗିରଫ - ଲକଡାଉନ ଉଲଘଂନ
ଲକଡାଉନ ଉଲଘଂନ କରିବା ଅଭିଯୋଗରେ ବାଣପୁର ପୋଲିସ 4 ଜଣଙ୍କୁ ବାନ୍ଧିଛି । ଏହାସହ 2ଟି ବାଇକକୁ ମଧ୍ୟ ଜବତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ବୁଧବାର ଖୋର୍ଦ୍ଧା ବାଣପୁର ଅଞ୍ଚଳରେ ଲକଡାଉନ ନିୟମ ଉଲଘଂନ କରିଥିଲେ କିଛି ଉଲଘଂନକାରୀ । ଏମାନଙ୍କୁ ସାବାଡ କରିବା ପାଇଁ ପୋଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ବରେ ଆଇଆଇସି ସଞ୍ଜୟ ପଟ୍ଟନାୟକ ଓ ତାଙ୍କ ଟିମ ପେଟ୍ରୋଲିଂ କରୁଥିବା ସମୟରେ କରୋନା ପାଇଁ ଲାଗିଥିବା କଟକଣା ଉଲଂଘନ କରିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ବିରୋଧରେ କେସ ନମ୍ବର ୯୭/୨୦ ରେ ମାମଲା ରୁଜୁ କରିବାସହ ଆଇପିସି ଧାରା ୧୮୮, ୨୬୯, ୨୭୦ ଓ ୩୪ ରେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିକଟକୁ ପଠାଯାଇଛି । ଏହି ଅବସରରେ ବାଣପୁର ପୋଲିସ ଦୁଇଟି ବାଇକ ଓ ଗୋଟିଏ ସ୍କୁଟିକୁ ମଧ୍ୟ ଜବତ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ