ଓଡିଶା

odisha

ETV Bharat / state

Banapur Violence: ବାହୁବଳୀ ବିଧାୟକ ଜଗଦେବଙ୍କ ଜାମିନ ଆବେଦନ ଖାରଜ - ବାଣପୁର ହିଂସାକାଣ୍ଡ ଅପଡେଟ

ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ । ବାଣପୁର ସହକାରୀ ଦୌରା ଜଜ ଆବେଦନ ଖାରଜ କରିଛନ୍ତି । ଅଧିକ ପଢନ୍ତୁ

Banapur Violence: ବାହୁବଳୀ ବିଧାୟକ ଜଗଦେବଙ୍କ ଜାମିନ ଆବେଦନ ଖାରଜ
Banapur Violence: ବାହୁବଳୀ ବିଧାୟକ ଜଗଦେବଙ୍କ ଜାମିନ ଆବେଦନ ଖାରଜ

By

Published : Mar 31, 2022, 5:20 PM IST

Updated : Mar 31, 2022, 6:55 PM IST

ଖୋର୍ଦ୍ଧା:ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ । ବିଧାୟକଙ୍କ ଓକିଲ ପକ୍ଷରୁ ବାଣପୁର ସହକାରୀ ଦୌରା ଜଜ (Assistant Session Judge) ଙ୍କ ନିକଟରେ ୨୮ ତାରିଖରେ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି(ଗୁରୁବାର) ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ଏହା ପୂର୍ବରୁ JMFC କୋର୍ଟରେ ଗତ ୨୨ ତାରିଖରେ ଜାମିନ ଆବେଦନ ଖାରଜ ହେବା ପରେ ବିଧାୟକ ବାଣପୁର ସବଜେଲରେ ଅଛନ୍ତି ।

Banapur Violence: ବାହୁବଳୀ ବିଧାୟକ ଜଗଦେବଙ୍କ ଜାମିନ ଆବେଦନ ଖାରଜ

ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜ ପକ୍ଷରେ ଯୁକ୍ତି ବଢିଥିବା ବେଳେ ପରିଶେଷରେ ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ବର୍ତ୍ତମାନ ବିଧାୟକଙ୍କ ଓକିଲ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଯିବେ ବୋଲି ଜଣାପଡିଛି । ସୂଚନା ଥାଉକି ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଚିତ ମିଶ୍ର ଏବଂ ରମେଶ ଚନ୍ଦ୍ର ବିଷୋୟୀ ପରିଚାଳନା କରୁଥିଲେ ।

ବାଣପୁରରେ ଭିଡ଼ ଉପରେ ଗାଡ଼ି ଚଢାଇଦେବା ଅପରାଧରେ ଜେଲରେ ଅଛନ୍ତି ବିଧାୟକ । ସେ ଭିଡ଼ ଉପରେ ଗାଡି ଚଢାଇବା ପରେ ତାଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ଏଥିରେ ଅନେକ ପୋଲିସ କର୍ମଚାରୀ ଓ ସାଧାରଣ ଜନତା ଆହତ ହୋଇଥିଲେ । ବିଧାୟକ ସମ୍‌ ହସ୍ପିଟାଲରୁ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 31, 2022, 6:55 PM IST

ABOUT THE AUTHOR

...view details