ଓଡିଶା

odisha

ETV Bharat / state

ପ୍ଲାଷ୍ଟିକ ଜମାନାରେ ବଢୁଛି ବାଉଁଶ ସାମଗ୍ରୀର ଚାହିଦା - khurda latest news

ବିବାହ ହେଉ ଅବା ଜୀବନର ଅନ୍ତିମଯାତ୍ରା, ସବୁଠି ଲୋଡ଼ା ପଡେ ବାଉଁଶ ତିଆରି ସାମଗ୍ରୀ କୁଲା ଏବଂ ବାଉଁସିଆ । ଏହିସବୁ ସାମଗ୍ରୀ ପ୍ଲାଷ୍ଟିକରେ ନିର୍ମାଣ ହୋଇ ବଜାରରେ ବିକ୍ରି ହେଉଥିଲେ ମଧ୍ୟ ବାଉଁଶ ପ୍ରସ୍ତୁତ ଏହି ସାମଗ୍ରୀର ଏବେବି ରହିଛି ଚାହିଦା । ଅଧିକ ପଢନ୍ତୁ...

ପ୍ଲାଷ୍ଟିକ ଜମାନାରେ ବଢୁଛି ବାଉଁଶ ସାମଗ୍ରୀର ଚାହିଦା
ପ୍ଲାଷ୍ଟିକ ଜମାନାରେ ବଢୁଛି ବାଉଁଶ ସାମଗ୍ରୀର ଚାହିଦା

By

Published : Jan 15, 2021, 2:54 PM IST

ଖୋର୍ଦ୍ଧା: ବିବାହ ହେଉ ଅବା ଜୀବନର ଅନ୍ତିମଯାତ୍ରା , ସବୁଠି ଲୋଡ଼ା ପଡେ ବାଉଁଶ ତିଆରି ସାମଗ୍ରୀ କୁଲା ଏବଂ ବାଉଁସିଆ । ବାଉଁଶରୁ ପ୍ରସ୍ତୁତ ହେଉଥିବା ଗାଣ୍ଡୁଆ,ଡାଲିଆ,ଚାଙ୍ଗୁଡ଼ି ଆଦି ସାମଗ୍ରୀ ଆଉ ବିଶେଷ ଭାବେ ଦେଖିବାକୁ ମିଳୁନଥିବା ବେଳେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଏବଂ ପୂଜାରେ ଏହାର ଆବଶ୍ୟକତା ପଡିଥାଏ । ଏହିସବୁ ସାମଗ୍ରୀ ପ୍ଲାଷ୍ଟିକରେ ନିର୍ମାଣ ହୋଇ ବଜାରରେ ବିକ୍ରି ହେଉଥିଲେ ମଧ୍ୟ ବାଉଁଶ ପ୍ରସ୍ତୁତ ଏହି ସାମଗ୍ରୀର ଏବେବି ରହିଛି ଚାହିଦା ।

ପ୍ଲାଷ୍ଟିକ ଜମାନାରେ ବଢୁଛି ବାଉଁଶ ସାମଗ୍ରୀର ଚାହିଦା

ଚଳିତ ବର୍ଷ ଭଲ ବ୍ୟବସାୟ ଆଶାକରି ଖୋର୍ଦ୍ଧା ମକର ଯାତ୍ରାକୁ ଆସିଥିବା ମହିପୁର ଅଂଚଳର ବ୍ୟବସାୟୀ ନିରାଶ ହୋଇଛନ୍ତି । କାରଣ ଆଶା ମୁତାବକ ସେମାନଙ୍କ ବ୍ୟବସାୟ ହୋଇ ପାରି ନାହିଁ ।

ଅନ୍ୟପଟେ ଆଗକୁ ବିବାହ ଋତୁ ଆସୁଥିବାରୁ ଏହି ସାମଗ୍ରୀକୁ କିଣିବା ପାଇଁ ଗ୍ରାହକ ମାନେ ଆଗ୍ରହ ଦେଖାଇଛନ୍ତି । ସେହିପରି ବାଉଁଶର ଘୋର ଅଭାବ ଏହି କୁଟୀର ଶିଳ୍ପ ଉପରେ ପ୍ରଭାବ ପକାଉଥିବା ବ୍ୟବସାୟୀ କହିଛନ୍ତି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଈଟିଭି ଭାରତ

ABOUT THE AUTHOR

...view details