ଓଡିଶା

odisha

ETV Bharat / state

ନାବାଳକର ରହସ୍ୟମୟ ମୃତ୍ୟୁକୁ ନେଇ ବାଲୁଗାଁ ଥାନା ଘେରାଉ - ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସମ୍ମୁଖରେ ଚିଲିକା ବ୍ଲକ ରଘୁନାଥପୁର ଗ୍ରାମର ଶତାଧିକ ଗ୍ରାମବାସୀମାନେ ଧାରଣା ଦେବାସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।

ନାବାଳକର ରହସ୍ୟମୟ ମୃତ୍ୟୁକୁ ନେଇ ବାଲୁଗାଁ ଥାନା ଘେରାଉ
ନାବାଳକର ରହସ୍ୟମୟ ମୃତ୍ୟୁକୁ ନେଇ ବାଲୁଗାଁ ଥାନା ଘେରାଉ

By

Published : Dec 4, 2020, 1:58 PM IST

ଖୋର୍ଦ୍ଧା: ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସମ୍ମୁଖରେ ଚିଲିକା ବ୍ଲକ ରଘୁନାଥପୁର ଗ୍ରାମର ଶତାଧିକ ଗ୍ରାମବାସୀମାନେ ଧାରଣା ଦେବାସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଗତ ମାସ ୨୧ ତାରିଖରେ ସୀଙ୍ଗେଶ୍ବର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମର ପିନୁ ପ୍ରଧାନ ନାମକ ନାବାଳକଙ୍କ ରହସ୍ୟମୟ ମୃତ୍ୟୁର କାରଣ ଏଯାବତ ପୋଲିସ ସ୍ପଷ୍ଟୀକରଣ କରିପାରିନଥିବାରୁ ଉକ୍ତ ଧାରଣା ଗ୍ରାମବାସୀଙ୍କ ତରଫରୁ ଦିଆଯାଇଥିଲା ।

ନାବାଳକର ରହସ୍ୟମୟ ମୃତ୍ୟୁକୁ ନେଇ ବାଲୁଗାଁ ଥାନା ଘେରାଉ

ସକାଳୁ ପାଖାପାଖି ଦୀର୍ଘ ଚାରି ଘଣ୍ଟା ଧରି ଗ୍ରାମବାସୀମାନେ ବାଲୁଗାଁ ଥାନା ସମ୍ମୁଖରେ ଧାରଣାରେ ବସିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପରବର୍ତ୍ତୀ ସମୟରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଆସନ୍ତା ଶନିବାର ସୁଦ୍ଧା ମୃତ ପିନୁଙ୍କ ମୃତଦେହ ବ୍ୟବଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଥିଲେ । ଏହାପରେ ଉତ୍ୟକ୍ତ ଗ୍ରାମବାସୀମାନେ ଧାରଣାରୁ ଉଠିଥିଲେ । ତେବେ ଉକ୍ତ ଘଟଣାକୁ ଦୀର୍ଘ ବାର ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ କିପରି ଭାବେ ପୋଲିସକୁ ଏହାର ସୁରାକ ମିଳିପାରିନାହିଁ ବୋଲି ବିଭିନ୍ନ ଗଣମାଧ୍ୟମମାନେ ପ୍ରଶ୍ନ କରିବାରୁ ଖୁବ ଶୀଘ୍ର ମୃତ୍ୟୁର କାରଣ ଜଣାପଡିବ ବୋଲି ଏସଡ଼ିପିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details