ଭୁବନେଶ୍ବର:ସମ୍ବଲପୁର କେଭି-୨ ଏବଂ ନୟାଗଡ଼ କେଭିରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ବାଲବାଟିକା । ଏନେଇ ଟ୍ବିଟ୍ କରି ଖୁସି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷା ପ୍ରଦାନରେ ବାଲବାଟିକା ଜାତୀୟ ଶିକ୍ଷା ନୀତିର ଗୁରୁତ୍ବପୂର୍ଣ୍ଣ ପରାମର୍ଶ । ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା ଏହି ଦୁଇ ସ୍କୁଲରେ ବାଲବାଟିକାର କରାଯାଇଛି ଶୁଭାରମ୍ଭ ।
ତେବେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ବୟନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କଳ୍ପନାରେ ଏହା ଏକ ବଡ ପଦକ୍ଷେପ । ଆଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷା ପ୍ରଦାନ କରିବାରେ ବାଲବାଟିକା ହେଉଛି ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ । ଯାହା ବାଲବାଟିକା, ଏକବିଂଶ ଶତାବ୍ଦୀରେ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ ।