ଓଡିଶା

odisha

By

Published : Apr 15, 2023, 11:28 AM IST

ETV Bharat / state

ବାହାରିନରେ ମହକିଲା ପଣା, ଏକାଠି ହୋଇ ଓଡିଆ ନବବର୍ଷ ପାଳିଲେ ଓଡ଼ିଆ ସମାଜ

ବାହାରିନରେ ଏକାଠି ହୋଇ ଓଡିଆ ନବବର୍ଷ ପାଳିଲେ ଓଡ଼ିଆ ସମାଜ । ପଣା ପିଇ ଠାକୁରଙ୍କୁ ପୂଜା କଲେ । ଅଧିକ ପଢନ୍ତୁ

baharin odia society
baharin odia society

odia baharin odia society celebrated new year

ଭୁବନେଶ୍ବର:ବାହାରିନରେ ଧୁମଧାମରେ ପାଳନ ହୋଇଛି ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷ । ବାହାରିନ ଓଡିଆ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆମାନେ ସାମିଲ ହୋଇଥିଲେ । ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଡ. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଓଡିଶା ନବବର୍ଷକୁ ନେଇ ଉତ୍ସବମୁଖର ଗାଁଠୁ ସହର । ପ୍ରତ୍ୟେକ ଓଡିଆ ପରିବାରରେ ଦେବାଦେବୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ବିଦେଶରେ ରହୁଥିବା ଓଡିଆ ନୂଆବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ପାଳନ କରିଛନ୍ତି । ବିଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ଧୁମଧାମରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଳନ କରିଛନ୍ତି । ବାହାରିନ ଓଡିଆ ସମାଜ ପକ୍ଷରୁ ଓଡ଼ିଆ ନୂଆବର୍ଷ ପାଳନ କରାଯାଇଛି । ବାହାରିନର ପ୍ରତିଷ୍ଠାତା ଡ଼. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଉତ୍ସବ ବହୁ ଆଡମ୍ବରରେ ପାଳନ କରାଯାଇଛି ।

ସମସ୍ତ ଓଡିଆ ଏକତ୍ରିତ ହୋଇ ମହାପ୍ରଭୁ ଜଗନ୍ନାଥଙ୍କୁ ବ୍ରହ୍ମାଣ୍ଡର ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି । ବିଶ୍ୱ ଶାନ୍ତି ପାଇଁ କାମନା କରିଛନ୍ତି । ପରସ୍ପରକୁ ଓଡିଆ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର ପୂଜାକର୍ଯ୍ୟ ଆୟୋଜନ କରାଯାଇଥିଲା । ପଣା ଓ ହାତ ରନ୍ଧା ଓଡିଆ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯାଇଛି । ପରେ ଏକାଠି ହୋଇ ପ୍ରସାଦ ସେବନ କରିଛନ୍ତି । ବିଦେଶ ମାଟିରେ ଓଡିଶାର ବହୁମୂଲ୍ୟ ସାଂସ୍କୃତିକ ପରମ୍ପରା ବଜାୟ ରଖିବା ପାଇଁ ପଣା ସଂକ୍ରାନ୍ତି ଏବଂ ଓଡିଆ ନୂତନ ବର୍ଷ ପାଳନ କରିବାକୁ ନେଇ ସମସ୍ତ ସଦସ୍ୟ ଅତ୍ୟନ୍ତ ଆନନ୍ଦିତ ଏବଂ ଉତ୍ସାହିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: Y20 କନ୍‌ସଲଟେସନ୍ ସମ୍ମିଳନୀ ଉଦଘାଟିତ, ଶାନ୍ତ ସମୃଦ୍ଧ ବିଶ୍ୱ ଗଠନରେ ଯୁବପିଢିଙ୍କ ଗୁରୁଦାୟିିତ୍ୱ ରହିଛି କହିଲେ ଚୌବେ


ଡକ୍ଟର ଅରୁଣ ପ୍ରହରାଜ କହିଛନ୍ତି, "ଆମେ ବିଦେଶ ମାଟିରେ ଅଛୁ । କିନ୍ତୁ ଆମର ହୃଦୟ ଓଡିଶାରେ ଅଛି । ଜନ୍ମମାଟିରୁ ଦୂରରେ ଥିଲେ ମଧ୍ୟ ପାରମ୍ପରିକ ପର୍ବ ଏକାଠି ହୋଇ ପାଳନ କରିଛୁ । ପଣା ସଂକ୍ରାନ୍ତି ଏବଂ ଓଡିଆ ନୂଆ ବର୍ଷ ଅବସରରେ ପୃଥିବୀର କୋଣ ଅନୁକୋଣରେ ରହୁଥିବା ସମସ୍ତ ଓଡିଆ ଲୋକଙ୍କୁ ମୋର ଶୁଭେଚ୍ଛା ।" LIC ଆନ୍ତର୍ଜାତୀୟ ବାହାରିନର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details