ଓଡିଶା

odisha

ETV Bharat / state

Bahanaga Train Tragedy: କାଲି ପୁରିବ ଦୁଇ ମାସ, ଏମ୍ସରେ ଚିହ୍ନଟ ହୋଇନି ୨୯ ମୃତଦେହ - ଶେଷ ପର୍ଯ୍ୟାୟ ଡିଏନଏ ମ୍ୟାଚିଂ

ବାହାନଗା ଟ୍ରାଜେଡି । ଏମ୍ସରେ ଚିହ୍ନଟ ହୋଇନି ୨୯ ମୃତଦେହ । ଆସନ୍ତାକାଲି କି ପୁରିବ ଦୁଇ ମାସ । ଏବେବି ମୃତଦେହ ଚିହ୍ନଟ ହୋଇପାରି ନାହିଁ। ତେବେ ଏହି ସପ୍ତାହରେ ଆସିବ ଶେଷ ପର୍ଯ୍ୟାୟ ଡିଏନଏ ମ୍ୟାଚିଂ ରିପୋର୍ଟ । ଅଧିକ ପଢନ୍ତୁ

ବାହାନଗା ଟ୍ରାଜେଡି
ବାହାନଗା ଟ୍ରାଜେଡି

By

Published : Aug 1, 2023, 10:31 PM IST

Updated : Aug 1, 2023, 10:49 PM IST


ଭୁବନେଶ୍ବର:ବାଲେଶ୍ବର ବାହାନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା । ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ଲୋକ ଆହତ ହୋଇଥିଲେ । ତେବେ ମୃତ ଲୋକଙ୍କ ଶରୀର ଏମ୍ସରେ ରହିଥିବା ବେଳେ ସେଥିମଧ୍ୟରୁ ୨୯ ମୃତଦେହ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ । ଆସନ୍ତାକାଲି କି ଦୁଇ ମାସ ପୁରିବ । ଆଜି ଯାଏଁ ମୃତଦେହ ମଡିକାଲରେ ପଡି ରହିଛି । ତେବେ ଏହି ସପ୍ତାହରେ ଡିଏନଏ ମ୍ୟାଚିଂର ଶେଷ ପର୍ଯ୍ୟାୟ ରିପୋର୍ଟ ଅସିବ । ତେବେ ଅତି ବେଶିରେ ୨ ରୁ ୩ଟି ମୃତଦେହ ସାମ୍ପଲ ମ୍ୟାଚିଂ କରିପାରେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଦାବିଦାର ନଥିବା ମୃତଦେହ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।


ଅଧିକ ପଢନ୍ତୁ: Bahanaga Train Tragedy: ୮ ଅସହାୟ ଶିଶୁଙ୍କୁ ମିଳିଲା ସହାୟତା ରାଶି

ଏମ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏମ୍ସ ଭୁବନେଶ୍ୱରରେ 133 ମୃତଦେହକୁ ସେମାନଙ୍କ ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କୁ ଦିଆଯାଇଛି । ତେବେ ଦୁଇଟି ପର୍ଯ୍ୟାୟରେ ଏମ୍ସରେ 162ଟି ମୃତଦେହ ରଖାଯାଇଥିଲା । ତେବେ ମୋଟ ମରଶରୀର ମଧ୍ୟରୁ 81ଟି ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଏପଟେ ଏକାଧିକ ଦାବିଦାର ଏବଂ ଅନ୍ୟାନ୍ୟ ସମସ୍ୟା ହେବାରୁ ସମସ୍ତଙ୍କର DNA ନମୁନା ନୂଆଦିଲ୍ଲୀ ଏମ୍ସକୁ ପଠାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ 52ଟି ଶରୀର ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଭୁବନେଶ୍ୱର ଏମ୍ସରେ ବର୍ତ୍ତମାନ 29 ଟି ମରଶରୀର ସଂରକ୍ଷିତ ଭାବରେ ରଖଯାଇଛି ।


ସୂଚନା ଅନୁଯାୟୀ, ଗତ ଜୁନ ୨ ତାରିଖ ଦିନ ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣ ମୃତ୍ୟୁବରଣ କରିଥିଲେ। ତେବେ ବିଭିନ୍ନ ପର୍ଯ୍ୟାୟରେ ୧୬୨ଟି ମୃତଦେହ ମଧ୍ୟରୁ ୮୧ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ବାକି ୮୧ ଟି ମୃତଦେହ ଗୁଡିକୁ ହସ୍ତାନ୍ତାର ପ୍ରକ୍ରିୟା ବେଳେ ଦ୍ୱନ୍ଦରେ ରହିଥିଲେ ଏମ୍ସ କର୍ତ୍ତୃପକ୍ଷ । ତେବେ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଶେଷ ବିକଳ୍ପ ଭାବେ ଡିଏନଏ ପଦ୍ଧତିକୁ ଅପଣାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଡିଏନଏ ନମୁନା ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଯେଉଁମାନେ ଚାହିଁବେ ସେମାନେ ବର୍ତ୍ତମାନ ସମୟରେ ମଧ୍ୟ ଡିଏନଏ ପାଇଁ ନମୁନା ଦେଇପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସେ ପର୍ଯ୍ୟନ୍ତ ଏମ୍ସରେ ମରଶରୀର ଗୁଡ଼ିକ ସୁରକ୍ଷିତ ଭାବରେ ରହିବ । ଏମ୍ସରେ ଦୁଇଟି କଣ୍ଟେନରରେ ୨୯ଟି ମୃତଦେହ ରହିଛି । ନଚେତ ମୃତଦେହକୁ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷ ।


ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 1, 2023, 10:49 PM IST

ABOUT THE AUTHOR

...view details