ଓଡିଶା

odisha

ETV Bharat / state

ସରୁନି ବାହାନଗା ଦୁଃଖ: ପୁଅକୁ ଧରି ସ୍ବାମୀଙ୍କୁ ଖୋଜୁଛନ୍ତି ପଶ୍ଚିମବଙ୍ଗ ମହିଳା - ଏମ୍ସରେ ମୃତଦେହ ଚିହ୍ନଟରେ ବିଳମ୍ବ

ଏ ଯାଏ ସରୁନି ଟ୍ରେନ ଦୁର୍ଘଟଣା ପରର ଯନ୍ତ୍ରଣା । ଦିନ ଯେତିକି ଗଡୁଛି, ନିଖୋଜଙ୍କ ସଂଖ୍ୟା ସେତିକି ବଢିଚାଲିଛି । ଅଧିକ ପଢନ୍ତୁ

Search for loved ones continues
Search for loved ones continues

By

Published : Jul 1, 2023, 11:30 AM IST

Updated : Jul 1, 2023, 1:02 PM IST

Bahanaga train tragedy

ଭୁବନେଶ୍ବର:ବାହାନଗା ଟ୍ରେନ ଦୁର୍ଘଟଣାକୁ ଇତିମଧ୍ୟରେ ମାସେ ପୁରିବାକୁ ବସିଲାଣି । ହେଲେ ଏ ଯାଏଁ ୫୦ରୁ ଅଧିକ ମୃତଦେହ ଚିହ୍ନଟ ହୋଇପାରିଲା ନାହିଁ । ୮୧ଟି ମୃତଦେହରୁ ଶୁକ୍ରବାର ୨୯ ଜଣଙ୍କ ପରିଚୟ ମିଳିଥିବା ବେଳେ ୬ଟି ମୃତଦେହ ହସ୍ତାନ୍ତର କରାଯାଇଛି । ଫଳରେ ନିଜର ଆତ୍ମୀୟ ସ୍ବଜନଙ୍କ ମୃତଦେହକୁ ଅପେକ୍ଷା କରି ନିରାଶ ହେଉଛନ୍ତି ଅନେକ ସମ୍ପର୍କୀୟ । ମୃତଦେହ ଚିହ୍ନଟ ହୋଇପାରୁ ନଥିବାରୁ କିଛି ଦାବିଦାର ଗାଁକୁ ଯାଇପାରୁ ନାହାନ୍ତି । DNA ରିପୋର୍ଟ ଆସିବା ବିଳମ୍ବ, ସେମାନଙ୍କ ଯନ୍ତ୍ରଣା ବଢାଇ ଦେଇଛି । ମୃତଦେହ ମିଳୁ ନଥିବାରୁ ଶୁଦ୍ଧିକ୍ରିୟା କରି ପାରୁନାହାନ୍ତି । ଏହାରି ଭିତରେ ପଶ୍ଚିମବଙ୍ଗରୁ ଜଣେ ମହିଳା ନିଜର ନାବାଳକ ପୁଅକୁ ଧରି ନିଖୋଜ ସ୍ବାମୀଙ୍କୁ ଖୋଜିବାକୁ ଏମ୍ସରେ ପହଞ୍ଚିଛନ୍ତି ।

କେତେକ ମୃତକଙ୍କ ପରିବାର ଲୋକ ଆଜି ବି ଆଶା ବାନ୍ଧି ବସି ରହିଥିବା ବେଳେ ଆଉ କେତେକଙ୍କ ପରିବାର ଲୋକ ମୃତଦେହ ମିଳିବ କି ନାହିଁ ସେନେଇ ଅନିଶ୍ଚିତତାରେ ଅଛନ୍ତି । ଏହାରି ଭିତରେ ପଶ୍ଚିମବଙ୍ଗରୁ ଜଣେ ମହିଳା ତାଙ୍କ ନାବାଳକ ପୁଅକୁ ଧରି ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ପହଞ୍ଚିଛନ୍ତି । ମହିଳାଙ୍କ କହିବା ଅନୁସାରେ, ତାଙ୍କର ସ୍ଵାମୀ କାମ କରିବାକୁ ବାହାରକୁ ଯାଇଥିଲେ । କିନ୍ତୁ ଟ୍ରେନ ଦୁର୍ଘଟଣା ଦିନ ଠାରୁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ତେଣୁ ଖୋଜିବାକୁ ସେ ଓଡ଼ିଶା ଆସିଛନ୍ତି । ବାଲେଶ୍ଵର କଟକରେ ଖୋଜାଖୋଜି କରିବା ପରେ ମାଆ ପୁଅ ଏମ୍ସରେ ପହଞ୍ଚିଛନ୍ତି । ହସ୍ପିଟାଲରେ ସେ ଡିଏନଏ ପରୀକ୍ଷା ପାଇଁ ନମୁନା ଦେଇଥିବା ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Odisha Train Tragedy: DNA ରିପୋର୍ଟ ଆସିବା ପରେ 6 ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର

ଏବେ ବି ଅନେକ ଦାବିଦାର ମୃତ ଆତ୍ମୀୟ ସ୍ବଜନଙ୍କୁ ଖୋଜି ଖୋଜି ଭୁବନେଶ୍ବର ଏମ୍ସ ଆସୁଛନ୍ତି । ଡିଏନଏ ପରୀକ୍ଷା ପାଇଁ ନମୁନା ଦେଉଛନ୍ତି । ଜୁନ ୨ ତାରିଖରେ ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୩ ଜଣ ନିଜ ପ୍ରାଣ ହରାଇଥିଲେ । ଧୀରେ ଧୀରେ ଏହାର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି ପର୍ଯ୍ୟନ୍ତ ଅଧିକାଂଶ ଯାତ୍ରୀ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବିଭିନ୍ନ ପର୍ଯ୍ୟାୟରେ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତ ଚିହ୍ନଟ ହୋଇଛି । ଦିନ ଯେତିକି ବିତିବାରେ ଲାଗୁଛି ସେତିକି ପରିମାଣରେ ନିଖୋଜ ପରିବାରଙ୍କ ସଂଖ୍ୟା ବଢିଚାଲିଛି । ଇତି ମଧ୍ୟରେ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଗେଷ୍ଟ ହାଉସରେ ଅଧିକାଂଶ ମୃତକଙ୍କ ପରିବାର ଲୋକ ନିଜ ସମ୍ପର୍କୀୟଙ୍କ ମୃତଦେହ ପାଇବା ଆଶାରେ ଦିନ କାଟୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 1, 2023, 1:02 PM IST

ABOUT THE AUTHOR

...view details