ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ମର ଶରୀର ହସ୍ତାନ୍ତର କରାଯିବା ପ୍ରସଙ୍ଗ । ଏବେ ବି ମୃତକଙ୍କ ଚିହ୍ନଟ ପାଇଁ ଆସୁଛନ୍ତି ଅନେକ ଲୋକ । ହେଲେ ଆଉ ଆଗ ଭଳି ସମ୍ପର୍କୀୟ ଆସୁନାହାନ୍ତି । ଧୀରେ ଧୀରେ କମିଗଲାଣି । କିନ୍ତୁ ଏବେବି ସମ୍ପର୍କୀୟଙ୍କ ଅପେକ୍ଷାରେ ରାଜଧାନୀ ସ୍ଥିତ ଏମ୍ସରେ ୪୧ଟି ମୃତଦେହ ପଡ଼ିରହିଛି । ଏନେଇ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵର ଏମ୍ସରେ ଆହୁରି 41ଟି ମୃତଦେହ ସଂରକ୍ଷିତ ଅବସ୍ଥାରେ ରହିଛି । ଲୋକ ନିଜ ସମ୍ପର୍କୀୟଙ୍କ ମୃତଦେହ ନେବା ପାଇଁ ଆସିଲେ ମଧ୍ୟ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଉଛି । ଯଦି ସେମାନଙ୍କର ଡିଏନଏ ମ୍ୟାଚ କରେ ତେବେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ଏହା ଏକ ନିରନ୍ତର ପ୍ରକ୍ରିୟା । ଯାହା ଦୀର୍ଘ ଦିନ ଧରି ଚାଲୁଛି । କିନ୍ତୁ ଏବେ କମ ଲୋକ ଆସୁଛନ୍ତି । ଦିନେ ଦୁଇ ଦିନରେ ଜଣେ ଦୁଇ ଜଣ ଆସୁଛନ୍ତି । ମୃତଦେହ ଚିହ୍ନଟ ହୋଇପାରୁଛି । କିନ୍ତୁ ମୃତଦେହକୁ ଲୋକ ନେବା ପାଇଁ ଆସୁନାହାନ୍ତି । ମୃତଦେହ ହସ୍ତାନ୍ତର ସମ୍ପର୍କରେ ସମସ୍ତଙ୍କୁ ବିଭିନ୍ନ ମାଧ୍ୟମରେ ସୂଚନା ଦିଆଯାଉଛି।
ଏହା ବି ପଢନ୍ତୁ- Bahanaga Train Tragedy: ଅଡୁଆରେ CBI, ପାଉନି ଷଡ଼ଯନ୍ତ୍ରର ଖିଅ