ଓଡିଶା

odisha

ETV Bharat / state

Train tragedy: ବରିଷ୍ଠ ସେକ୍ସନ ଇଞ୍ଜିନିୟରଙ୍କ ଜାମିନ ଆବଦେନ ଖାରଜ - ବାହାନଗା ଟ୍ରେନ ଦୁର୍ଘଟଣା

ମହଙ୍ଗା ପଡିଲା ବିନା ଅନୁମତିରେ ଲେଭଲ କ୍ରସିଂରେ ମରାମତି କାମ । ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କ ଜାମିନ କୋର୍ଟରେ ଖାରଜ । ଅଧିକ ପଢନ୍ତୁ

Bahanaga train accident
Bahanaga train accident

By ETV Bharat Odisha Team

Published : Aug 26, 2023, 11:17 AM IST

ଭୁବନେଶ୍ବର:ବାହାନଗା ଟ୍ରେନ ଦୁର୍ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିନା ଅନୁମତିରେ ଲେଭଲ କ୍ରସିଂରେ ମରାମତି କାମ କରିବା ପଡ଼ିଛି ମହଙ୍ଗା । ଏପରି ଚରମ ଅବହେଳା ଯୋଗୁଁ ଗିରଫ ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହୋଇଛି । ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଜାମିନ ପାଇଁ ଆବେଦନ କରି ନିରାଶ ହୋଇଛନ୍ତି ବରିଷ୍ଠ ସେକ୍ସନ ଇଞ୍ଜିନିୟର । ଜାମିନ ନଦେବାକୁ ସିବିଆଇ ପକ୍ଷରୁ ଅଣାଯାଇଥିବା ଯୁକ୍ତିକୁ ନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଜାମିନକୁ ଖାରଜ କରିଛନ୍ତି ।

ଜାମିନ ନାମଞ୍ଜୁର ପାଇଁ ସିବିଆଇ ପକ୍ଷରୁ ବଢାଯାଇଥିବା ଯୁକ୍ତିରେ ଏହା ଦର୍ଶାଯାଇଛି ଯେ, ଯେଉଁ ତ୍ରୁଟି ଯୋଗୁଁ ଏପରି ଅଘଟଣ ଘଟିଲା, ସେହି ତ୍ରୁଟିର ମରାମତି କାମ ବିନା ଅନୁମତିରେ କରିଥିଲେ ଦାୟିତ୍ବରେ ଥିବା ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ । ଯାହାକି ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଏହାର ମରାମତି କାମ କରିବା କଥା । ଅର୍ଥାତ୍ ଯେତେବେଳେ ତ୍ରୁଟି ହେଲା ଏନେଇ ମରାମତି ପାଇଁ ଏହାର ସର୍କିଟ ଡାଏଗ୍ରାମର ଅନୁମତି ବରିଷ୍ଠ ଟେଲିକମ ଇଞ୍ଜିନିୟରଙ୍କର ନେବା କଥା । ହେଲେ ଏଠାରେ ସେପରି ନିଆଯାଇଥିଲା ବୋଲି ସିବିଆଇ ତାର ଯୁକ୍ତିରେ ଦର୍ଶାଇଛି ।

ଏହା ମଧ୍ୟ ପଢନ୍ତୁ-Bahanaga Train Tragedy: ଉପଯୁକ୍ତ ମୃତଦେହ ପରିଚାଳନା କ୍ଷେତ୍ରରେ ଏମ୍ସ ସମ୍ମାନିତ

ବାହାନଗା ଷ୍ଟେସନ ପାଖରରେ ଥିବା ଗେଟ ନମ୍ବର 94ରେ ଲେଭଲ କ୍ରସିଂର ମରାମତି କାମ ଟ୍ରେନ ଦୁର୍ଘଟଣାର ଏକ ପ୍ରମୁଖ କାରଣ‌ ବୋଲି ଦର୍ଶାଯାଇଛି । ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ହୋଇଥିଲା । ହେଲେ ସେ ଏଥିପାଇଁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନନେଇ ଅନ୍ୟ ଏକ ଗେଟ 79 ନମ୍ବର ସର୍କିଟ ଡାଏଗ୍ରାମ ଆଧାରରେ ମରାମତି କାମ କରିଥିଲେ ବୋଲି ସିବିଆଇ ଓକିଲ ପକ୍ଷରୁ କୋର୍ଟରେ ଯୁକ୍ତିରେ ଦର୍ଶାଯାଇଥିଲା । ହେଲେ ଏହାକୁ ଖଣ୍ଡନ କରି ଅରୁଣ କୁମାର‌ ମହନ୍ତ କହିଥିଲେ ଯେ, ଗେଟ ନମ୍ବର ୯୪ ଭଲ ଭାବେ କାମ କରୁନଥିଲା । ଏନେଇ ବରିଷ୍ଠ ଅଧିକାରୀ କୌଣସି ପଦକ୍ଷେପ ନେଇନଥିଲେ । କେବଳ ତଦାରଖ ପାଇଁ ଅନ୍ୟ କିଛି ଅଧିକାରୀଙ୍କୁ ଦାୟିତ୍ବ ଦେଇଥିଲେ‌ । ଏହାପରେ କୋର୍ଟ ସିବିଆଇ ପକ୍ଷରୁ ରଖାଯାଇଥିବା ଯୁକ୍ତିକୁ ଆଧାର କରି ଜାମିନ ଦେବାକୁ ଅଗ୍ରାହ୍ୟ କରିଥିଲେ ।

ତେବେ ଏଇଠି ଦୁଇଟି ଦିଗ ସାମ୍ନାକୁ ଆସିଛି । ଗୋଟିଏ ଯଦି କୌଣସି ଏକ ତ୍ରୁଟି ରହିଥିଲା ତେବେ ବିଭାଗୀୟ କର୍ତ୍ତୃପକ୍ଷ ଅଗ୍ରାଧିକାର ଭିତ୍ତିରେ କାହିଁକି ପ୍ରଧାନ୍ୟ ଦେଉନଥିଲେ । ଦ୍ବିତୀୟତଃ ଯେଉଁ ଅଧିକାରୀ ଏହିସବୁ କାର୍ଯ୍ୟ ପାଇଁ ଦାୟିତ୍ବରେ ରହିଛନ୍ତି, ସେମାନେ କିପରି ଏପରି କାର୍ଯ୍ୟକୁ ଏତେ ହାଲୁକାରେ ନେଇ କାମ କରୁଛନ୍ତି । ଯାହାଫଳରେ ଗତ ଜୁନ 2 ତାରିଖରେ ତିନୋଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟି 296 ଜଣଙ୍କ ମୃତ୍ୟ ସହ 1200ରୁ ଊର୍ଦ୍ଧ୍ବ ଲୋକ ଆହାତ ହୋଇଥିଲେ । ଏହି ମାମଲାରେ ସିବିଆଇ ଗତ ଜୁଲାଇ ୭ରେ ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ସହ ସେକ୍ସନ ଇଞ୍ଜିନିୟର ଆମିର ଖାନ ଓ ଟେକ୍ନିସିଆନ ପପୁ ଯାଦବକୁ ଗିରଫ କରିଥିଲା । ଏନେଇ କୋର୍ଟରେ ମାମଲା ରହିଥିବା ବେଳେ ଅଭିଯୁକ୍ତମାନେ ଏବେ ବିଚାର ବିଭାଗୀୟ ହାଜତ ଝାରପଡ଼ା ଜେଲରେ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details