ଓଡିଶା

odisha

ETV Bharat / state

୨୫ ଗଛ କାଟିଲା ବିଦ୍ୟୁତ୍‌ ବିଭାଗ, ଯେତିକି କାଟିଛ ସେତିକି ଲଗାଅ କହିଲା ବନ ବିଭାଗ - ଖୋର୍ଦ୍ଧା ଖବର

ବାଘମାରି କଣ୍ଟିଲୋ ରାଜ୍ୟ ରାଜପଥର ସୀମର ନିକଟ ଜଙ୍ଗଲ ବିଭାଗ ସମୁଖରୁ 25ଟି ଗଜା ଗଛକୁ ଅଧାରୁ କାଟି ଦେଇଛି । ଯାହାକୁ ନେଇ ପରିବେଶବିତ କ୍ଷୋଭ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ...

୨୫ ଗଛ କାଟିଲା ବିଦ୍ୟୁତ ବିଭାଗ, ଯେତିକି କାଟିଛ ସେତିକି ଲଗାଅ କହିଲା ବନ ବିଭାଗ
୨୫ ଗଛ କାଟିଲା ବିଦ୍ୟୁତ ବିଭାଗ, ଯେତିକି କାଟିଛ ସେତିକି ଲଗାଅ କହିଲା ବନ ବିଭାଗ

By

Published : Aug 4, 2021, 7:50 AM IST

ଖୋର୍ଦ୍ଧା: ଜଙ୍ଗଲ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟିକୋଟି ଟଙ୍କା । ଏଥିପାଇଁ ଗାଁ ଗାଁରେ ଲୋକଙ୍କୁ ସଚେତନ କରି ଖାଲି ସ୍ଥାନରେ ଗଛ ଲଗାଇବା ପାଇଁ ମାଗଣା ଚାରା ମଧ୍ୟ ବଣ୍ଟନ କରୁଛନ୍ତି । ଏଭଳି ସମୟରେ ବାଘମାରି କଣ୍ଟିଲୋ ରାଜ୍ୟ ରାଜପଥର ସୀମର ନିକଟ ଜଙ୍ଗଲ ବିଭାଗ ସମୁଖରୁ 25ଟି ଗଛକୁ ଅଧାରୁ କାଟି ଦେଇଛି । ଯାହାକୁ ନେଇ ପରିବେଶବିତ କ୍ଷୋଭ ପ୍ରକାଶ କରିଛନ୍ତି ।

୨୫ ଗଛ କାଟିଲା ବିଦ୍ୟୁତ ବିଭାଗ, ଯେତିକି କାଟିଛ ସେତିକି ଲଗାଅ କହିଲା ବନ ବିଭାଗ

ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ଜରିଆରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ବାଘମାରି କଣ୍ଟିଲୋ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରି ଏହାର ରକ୍ଷଣାବେକ୍ଷଣା କରିଥିଲେ । କିନ୍ତୁ ଗଛ ଠାରୁ ଚାରି ମିଟର ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ପାଇଁ ବନ ବିଭାଗ ବିନା ଅନୁମତିରେ ବିଦ୍ୟୁତ୍ ବିଭାଗ ଗଛର ଡାଳ କାଟିବା ପରିବର୍ତ୍ତେ ଗଛ ଗୁଡିକୁ ମୂଳରୁ ତିନି ଫୁଟ ଛାଡି ସମ୍ପୂର୍ଣ୍ଣ କାଟି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ସୀମର ବନପାଳ ବାଘମାରି ବିଦ୍ୟୁତ ବିଭାଗକୁ ଅଭିଯୋଗ କରିଛି । ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବିଦ୍ୟୁତ ବିଭାଗ ଯନ୍ତ୍ରୀ । ସେପଟେ ଯେତିକି ଗଛ କଟାଯାଇଛି ସେତିକି ଗଛ ଲଗାଇବାପାଇଁ ଖୋର୍ଦ୍ଧା ରେଞ୍ଜର ବିଦ୍ୟୁତ ବିଭାଗକୁ କହିଛନ୍ତି । ବିଦ୍ୟୁତ ବିଭାଗର ଏଭଳିି କାର୍ଯ୍ୟକୁ ଦୃଢ଼ ବିରୋଧ କରିଛନ୍ତି ପରିବେଶବିତ ।

ଗୋଟିଏ ପଟେ ଜଙ୍ଗଲ କ୍ଷୟ ହୋଇ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଥିବାରୁ ପରିବେଶ ସନ୍ତୁଳନ ବିଗିଡିବାରେ ଲାଗିିଛି । ଏଭଳି ସମୟରେ ବିଦ୍ୟୁତ ବିଭାଗର ଏପରି କାର୍ଯ୍ୟକୁ ଘୋର ବିରୋଧ କରାଯାଇଛି । ସେହିପରି ଯେତିକି ଗଛ ବିଦ୍ୟୁତ ବିଭାଗ କାଟିଛି ସେତିକି ଗଛ ଲଗାଇ ତାର ରକ୍ଷଣାବେକ୍ଷଣା କରିବା ପାଇଁ ଦାବି କରିବା ସହ ବିଭାଗ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବେଶବିତ୍ । ତେବେ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ କିଭଳି ଛୋଟ ଗଛ କଟା ହେଉଛି ଏବଂ କର୍ମଚାରୀ ଜାଣିପାରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରକୃତି ପ୍ରେମୀ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details