ଓଡିଶା

odisha

ଭୁବନେଶ୍ବରରେ ପିଲା ଚୋରି କରୁଥିଲେ ଉଚ୍ଚଶିକ୍ଷିତା ମହିଳା, ଗିରଫ କଲା ପୋଲିସ

ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ଗିରଫ କଲା ବଡଗଡ ପୋଲିସ । ୧୦ ବର୍ଷିୟ ନାବାଳିକାକୁ ପାର୍କରୁ ଚୋରି କରିନେଇ ଥିଲେ ମହିଳା । ଅଧିକ ପଢନ୍ତୁ

By

Published : Nov 4, 2022, 7:01 PM IST

Published : Nov 4, 2022, 7:01 PM IST

Updated : Nov 4, 2022, 7:42 PM IST

ଭୁବନେଶ୍ବରରେ ପିଲା ଚୋରି କରୁଥିଲେ ଉଚ୍ଚଶିକ୍ଷିତା ମହିଳା
ଭୁବନେଶ୍ବରରେ ପିଲା ଚୋରି କରୁଥିଲେ ଉଚ୍ଚଶିକ୍ଷିତା ମହିଳା

ଭୁବନେଶ୍ବର: ପିଲା ଚୋରି କରୁଛନ୍ତି ଉଚ୍ଚଶିକ୍ଷିତା ମହିଳା, ସ୍କଟଲ୍ୟାଣ୍ଡରେ ପାଠ ପଢିଥିବା ବେଳେ ଭୁନେଶ୍ବରେ ଆସି ପିଲା ଚୋରି କରୁଥିଲେ ମିହିଳା, ଥାନାରେ ଅଭିଯୋଗ ପରେ ଗିରଫ କଲା ପୋଲିସ । ଗିରଫ ମହିଳା ଜଣଙ୍କ ଚେନ୍ନାଇର ବାସିନ୍ଦା ହୋଇଥିବା ଜଣାପଡିଛି । ମହିଳାଙ୍କୁ ଗିରଫ କରିବା ପରେ ୧୦ ବର୍ଷର ନାବାଳିକାକୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି(Badagada police arrested a woman for child theft case ) ।

ଭୁବନେଶ୍ବରରେ ପିଲା ଚୋରି କରୁଥିଲେ ଉଚ୍ଚଶିକ୍ଷିତା ମହିଳା

ମିଳିଥିବା ସୂଚନା ଅନୁୟାୟୀ, ଗତ 2 ତାରିଖ ସନ୍ଧ୍ୟାରେ ମଇଶିଆ ଖାଲ ପାର୍କ ପାଖରୁ ପାଖ ବସ୍ତିର ଶକୁନ୍ତଳା ବେହେରାଙ୍କର 10ବର୍ଷର ଝିଅ ଚୋରି ହୋଇଥିବା ବଡଗଡ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଜଣେ ମହିଳା ପାର୍କ କଡରେ ସେହି ଝିଅ ସହ ବୁଲୁଥିବାର ଜାଣିବାକୁ ପାଇଥିଲା । ଏନେଇ ମହିଳାଙ୍କ ସମ୍ପର୍କରେ‌ ତନାଘନା ଆରମ୍ଭ କରିଥିଲା ପୋଲିସ । ତେବେ ମଞ୍ଚେଶ୍ବର ଅଞ୍ଚଳରେ ସେହି ଝିଅ ସହ ମହିଳା ବୁଲୁଥିବା ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିବା ସହ ମହିଳାକୁ ଗିରଫ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-Dhamnagar ByPoll: ଆସନ୍ତା ୬ରେ ଭୋଟ ଗଣତି, କଡା ସୁରକ୍ଷା ବଳୟରେ ରହିିଛି ଇଭିଏମ

ପରେ ତଦନ୍ତ କରି ପୋଲିସ ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା । ମହିଳା ଜଣକ ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ସ୍କଟଲାଣ୍ଡରେ ଷ୍ଟକ ଇନଭେଷ୍ଟମେଣ୍ଟ ଉପରେ ପାଠ ପଢିଛନ୍ତି । ତାଙ୍କ ଘର ଚେନ୍ନାଇରେ, କିଛି ଦିନ ହେଲା ସେୟାର ବଜାରରେ ବେଶ ସକ୍ରିୟ ଥିଲେ । କିନ୍ତୁ ସେୟାର ବଜାରରେ କ୍ଷତି ହେବା ପରଠୁ ତାଙ୍କ ମାନସିକ ସ୍ଥିତି ଭଲ ନଥିଲା । କିଛି ଦିନ ପୂର୍ବେ ସେ ଭୁବନେଶ୍ୱର ଆସିଥିଲେ । ଏଠାରେ ରହିବା ପରେ ପାର୍କ ପାଖରେ ବସାଉଠା କରୁଥିଲେ । ପରେ ସେଠାକୁ ଆସୁଥିବା ଶକୁନ୍ତଳା ବେହେରାଙ୍କ ଝିଅଙ୍କ ସହ ତାଙ୍କ ଭାବ ବଢିଥିଲା । ପରେ ମହିଳା ଜଣଙ୍କ ଝିଅଟିକୁ ନେଇ ସେଠାରୁ ପଳାଇ ଯାଇଥିଲେ । ସେହି ସମୟରେ କିଛି ଲୋକ ତାଙ୍କୁ ମଧ୍ୟ ଦେଖିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମହିଳା ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ମହିଳାଙ୍କ ବଡ ଭଉଣୀ ଖବର ପାଇ ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2022, 7:42 PM IST

ABOUT THE AUTHOR

...view details