ଓଡିଶା

odisha

ETV Bharat / state

ଆଜି ପବିତ୍ର ବଡଓଷା, ଚଳଚଞ୍ଚଳ ଶୈବପୀଠ

ପୁଣ୍ୟ ମାସ କାର୍ତ୍ତିକ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବଡଓଷା ପାଳିତ ହୋଇଥାଏ । ଏନେଇ ଚଳଚଞ୍ଚଳ ରହିବ ରାଜ୍ୟର ବିଭିନ୍ନ ଶୈବପୀଠ । ଜାଣନ୍ତୁ କଣ ପାଇଁ ପାଳନ କରାଯାଏ ଏହି ବଡଓଷା ।

ଆଜି ପବିତ୍ର ବଡଓଷା
ଆଜି ପବିତ୍ର ବଡଓଷା

By

Published : Nov 6, 2022, 7:31 AM IST

ହାଇଦ୍ରାବାଦ: ଆଜି ପବିତ୍ର ବଡଓଷା । ପୂଣ୍ୟ ମାସ କାର୍ତ୍ତିକ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବଡଓଷା ପାଳିତ ହୋଇଥାଏ ।ଏନେଇ ଚଳଚଞ୍ଚଳ ରହିବ ରାଜ୍ୟର ବିଭିନ୍ନ ଶୈବପୀଠ । କେଉଁ ଆଦିମ କାଳରୁ ଦେବ ଦେବ ମହାଦେବଙ୍କ ଏହି ମହାନ ପର୍ବ ପାଳିତ ହୋଇଆସୁଛି । ମହାପଞ୍ଚକରେ ହବିଷ୍ୟାଳିଙ୍କ ବିଷ୍ଣୁ ପୂଜନ ଓ ବଡଓଷାରେ ମହାଦେବଙ୍କ ଉପାସରନାରେ ବିଭୋର ଭକ୍ତ । ଉତ୍କଳୀୟ ପରମ୍ପରାରେ ବଡଓଷାର ସ୍ବତନ୍ତ୍ର ମହତ୍ବ ରହିଛି ।

ବଡଓଷାର କିମ୍ବଦନ୍ତୀ

ପଦ୍ମପୁରାଣ ଅନୁସାରେ, ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ । ବ୍ରହ୍ମାଙ୍କ ଶାପରୁ ମୁକ୍ତି ପାଇବା ପାଇଁ ଧବଳେଶ୍ବର ମବହାଦେବଙ୍କ ନିକଟରେ ବୁଡ ପକାଇଥିଲେ । ଫଳଶରେ ତାଙ୍କର ବ୍ରହ୍ମ ଅଭିଶାପ କ୍ଷୟ ହୋଇଥିଲା । ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନଭାବେ ଯାଉଥିବାବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ । ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସ କରୁଥିଲେ । ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ ।

ଏହା ମଧ୍ୟ ପଢନ୍ତୁ: Dhamnagar bypolls: ଧାମନଗର ଉପନିର୍ବାଚନ ଭୋଟ ଗଣତି ଆଜି

ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ । ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ । ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ । ଆଜି ଧବଳେଶ୍ବର ପୀଠରେ ବିଶେଷ ପୂଜା କରାଯିବା ସହ ବଜସିଂହାର ରୂପରେ ଦର୍ଶନ ଦିଅନ୍ତି ବାବା ।

ନୀତି ଅନୁସାରେ, ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ । ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ । ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ । ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ । ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି । ୨୦୨୦ ମସିହାରେ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା ।

ABOUT THE AUTHOR

...view details