ଖୋର୍ଦ୍ଧା: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ସ୍କୁଲ ଅଛି ଛାତ୍ରଛାତ୍ରୀ ଅଛନ୍ତି ହେଲେ ଘର ନାହିଁ । ଗାଁରେ ଥିବା ଏକ କୋଠ ଘରେ ଚାଲିଛି ଶିକ୍ଷାଦାନ । ଦୁର୍ବଳ କାନ୍ଥ ସାଙ୍ଗକୁ ଭଙ୍ଗା ଆଜବେଷ୍ଟସ ପାଇଁ ବର୍ଷା ହେଲେ ପାଣି ମଧ୍ୟ ଗଳୁଛି । ଏଭଳି ବିପଦ ସଂକୁଳ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ ।
ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ରାଜଧାନୀ ଠାରୁ ମାତ୍ର 40 କିଲୋମିଟର ଦୂରରେ ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତର ନୂଆ ଆଦିବାସୀ ସାହି ପ୍ରକଳ୍ପ ବିଦ୍ୟାଳୟର ଦୃଶ୍ୟ । ଗତ 2012 ମସିହାରୁ ଏଠାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଛି ଶିକ୍ଷାଦାନ ।
ହେଲେ ପାଠପଢା ଚାଲିଛି ଗାଁରେ ଥିବା ଏକ ଭଙ୍ଗା କୋଠା ଘରେ । ଦୁର୍ବଳ ମାଟି କାନ୍ଥ ସାଙ୍ଗକୁ ଭଙ୍ଗା ଆଜବେଷ୍ଟସ, ଆଉ ବର୍ଷା ହେଲେ କଥା ସରିଲା । ଖାଲି ସେତିକି ନୁହେଁ ଅନେକ ସମୟରେ ଏହି ଘରେ ପଶୁଛନ୍ତି ସରୀସୃପ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଛାତ୍ରଛାତ୍ରୀ ।