ଖୋର୍ଦ୍ଧା: ଜନନୀ ସୁରକ୍ଷା ପାଇଁ ସରକାର ଅନେକ ଯୋଜନା କରିବା ସତ୍ତ୍ବେ ଥମୁନାହିଁ ଏମାନଙ୍କ ଯନ୍ତ୍ରଣା । କେତେବେଳେ ବୁଦା ମୂଳରେ ତ ଆଉ କେତେବେଳେ ରାସ୍ତା ମଝିରେ ପ୍ରସବ କରିବାକୁ ବାଧ୍ୟ ହେଉଛି ଗର୍ଭବତୀ । ଏପରିସ୍ଥିତିରେ ଆମ୍ବୁଲାନ୍ସ ନେବାକୁ ମନା କରିବାରୁ ବସଷ୍ଟାଣ୍ଡ ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ପ୍ରସୂତି । ନୟାଗଡ ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଏକ ଘଟଣା ।
ନୟାଗଡ଼ ଜିଲ୍ଲା ରାଜସୁନାଖଳା ବସଷ୍ଟାଣ୍ଡରେ ଥିବା ଏକ ପମ୍ପ ହାଉସରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ପ୍ରସୂତି l 102 ଆମ୍ବୁଲାନ୍ସକୁ ଡକାଇବା ପରେ ବି ପ୍ରସୂତିଙ୍କୁ ଡାକ୍ତରଖାନା ନେଇ ନଥିଲେ ଡ୍ରାଇଭର l ତାଙ୍କର ମାନବିକତା ହଜିଯାଇଥିଲା ସେଠାରେ l ଅନ୍ୟପକ୍ଷେ କୋରୋନା ହୋଇଥିବା ସନ୍ଦେହ କରି ପ୍ରସୂତିଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନକରି ଫେରାଇ ଦେଇଥିବା ଅଭିଯୋଗ ହୋଇଛି l