ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଛନ୍ତି ବାବୁ କହିଲେ ଧର୍ମେନ୍ଦ୍ର, ଜବାବ ରଖିଲା ବିଜେଡି - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ରାଜ୍ୟରେ ମନ୍ତ୍ରୀ ନାହାନ୍ତି । ଏଠି ତ ବାବୁ ମାନଙ୍କର ଶାସନ ଚାଲିଛି । ବାବୁ ମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଛନ୍ତି । ପ୍ରଭାବଶାଳୀ ମନ୍ତ୍ରୀ ତାଙ୍କ ପାଇଁ ଛତା ଧରି ବୁଲୁଛନ୍ତି । ଏହାକୁ ସମର୍ଥନ କରିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଛନ୍ତି ବାବୁ: ଧର୍ମେନ୍ଦ୍ର, ଜବାବ ରଖିଲା ବିଜେଡି
ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଛନ୍ତି ବାବୁ: ଧର୍ମେନ୍ଦ୍ର, ଜବାବ ରଖିଲା ବିଜେଡି

By

Published : Apr 29, 2023, 11:04 PM IST

ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଛନ୍ତି ବାବୁ: ଧର୍ମେନ୍ଦ୍ର, ଜବାବ ରଖିଲା ବିଜେଡି

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବାବୁଙ୍କୁ ନେଇ ମନ୍ତବ୍ୟ ରାଜ୍ୟରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ରାଜନୀତି ସମୀକ୍ଷକ ଚର୍ଚ୍ଚାକୁ ସମର୍ଥନ କରିଥିବାବେଳେ ବିଜେଡି ବିଧାୟକ କହିଛନ୍ତି ଗ୍ରାଉଣ୍ଡକୁ ଯାଇ ସର୍ଭେ କରୁଛନ୍ତି ସଚିବ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ରାଜ୍ୟରେ ମନ୍ତ୍ରୀ ନାହାନ୍ତି । ଏଠି ତ ବାବୁ ମାନଙ୍କର ଶାସନ ଚାଲିଛି । ବାବୁ ମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଛନ୍ତି । ପ୍ରଭାବଶାଳୀ ମନ୍ତ୍ରୀ ତାଙ୍କ ପାଇଁ ଛତା ଧରି ବୁଲୁଛନ୍ତି । ଏହାକୁ ସମର୍ଥନ କରିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ । ରବି କହିଛନ୍ତି, ‘‘ଧର୍ମେନ୍ଦ୍ର ପ୍ରଧାନ ଏହା କହିବା ଦରକାର ନାହିଁ । ମନ୍ତ୍ରୀ ମାନଙ୍କ ଶାସନ ଅପେକ୍ଷା ବାବୁ ମାନଙ୍କ ଶାସନ ଅଧିକ । ଏହା ସମସ୍ତେ ଜାଣିଛନ୍ତି । ଜନସାଧାରଣଙ୍କ ସମର୍ଥନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ ରହିଛି । ଓଡିଶାରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ନବୀନ ପଟ୍ଟନାୟକ ଯାହାକୁ ବି ନିର୍ବାଚନରେ ଛିଡା କଲେ ସେ ଜିତିବ । ଯଦି ନବୀନ ପଟ୍ଟନାୟକ ତାଙ୍କ କ୍ଷମତାକୁ ଅନ୍ୟ ପ୍ରକାର ବ୍ୟବହାର କଲେ । ବାବୁ ମାନଙ୍କୁ ଶକ୍ତିଶାଳୀ କରିବାରେ ବ୍ୟବହାର କରିଛନ୍ତି । ବାବୁ ମାନେ ଶକ୍ତିଶାଳୀ ହେବେ । ଯେମିତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ଯୁଆଡେ ଯାଉଛନ୍ତି ତାଙ୍କୁ ସମ୍ମାନ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କୁ ଯେତିକି ସମ୍ମାନ ଓ ପ୍ରଭାବ ବିସ୍ତାର କରନ୍ତି, ସେତିକି ପାଣ୍ଡିଆନ ବିସ୍ତାର କରୁଛନ୍ତି । ପାଣ୍ଡିଆନଙ୍କ ପ୍ରତି ଜନସାଧାରଣଙ୍କ ସମର୍ଥନ ବଢିଗଲା ବା ସେ ଲୋକପ୍ରିୟତା ହୋଇଗଲେ ତାହା ନୁହେଁ । ଯେଉଁ ସମର୍ଥନ ନବୀନ ପଟ୍ଟନାୟକଙ୍କୁ ମିଳିଛି ତାହା ଯଦି ସେ ହସ୍ତାନ୍ତର କରିଥିବାରୁ ପାଣ୍ଡିଆନ କ୍ଷମତାଶାଳୀ ହୋଇଗଲେ ।’’

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କେନ୍ଦ୍ରମନ୍ତ୍ରୀଙ୍କ କଥାକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ, ବିଜୁ ଜନତା ଦଳ ଅହଂକାରର ଚରମ ସୀମାରେ ପହଁଚି ସାରିଛି । ସବୁ ସୀମା ପାର କରିଯାଇଛି । ଲୋକ ପ୍ରତିନିଧି ବ୍ୟବସ୍ଥାରେ ଲୋକ ପ୍ରତିନିଧି ନିଷ୍ପତ୍ତି ନେବେ । ତାହାକୁ କାର୍ଯ୍ୟକାରୀ କରିବେ ସରକାରୀ ଅଧିକାରୀ ଓ କର୍ମଚାରୀ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବେ ମୁଖ୍ୟମନ୍ତ୍ରୀ ପାଲଟି ଯାଇଛନ୍ତି । ଏଠି ମନ୍ତ୍ରୀ ଓ ବିଧାୟକ ସଚିବଙ୍କ ପଛରେ ଛତା ଧରି ବୁଲୁଛନ୍ତି । ସେପଟେ ବିଜେଡି ବିଧାୟକ ତଥା କେନ୍ଦ୍ରାପଡା ବିଧାୟକ ଗୋଳେଇ କହିଛନ୍ତି ଯେ, 5ଟି ସଚିବ, ଶିଳ୍ପ ସଚିବ ଓ ଅନ୍ୟ ଅଧିକାରୀ ଗ୍ରାଉଣ୍ଡକୁ ଯାଇ ସର୍ଭେ କରିଛନ୍ତି । ଶିଳ୍ପ ନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଠାରେ କିପରି ଜମି ଅଧିଗ୍ରହଣ କରିହେବ ସେ ନେଇ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜାପାନରୁ ଫେରିବା ପରେ ଅଧିକାରୀଙ୍କୁ ପଠାଇ ସର୍ଭେ କରିବା ଶିଳ୍ପ ପ୍ରତିଷ୍ଠାକୁ ନେଇ ବିଶ୍ୱାସ ବଢ଼େଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details