ଭୁବନେଶ୍ବର: ଧାରଣାରେ ବସିଛନ୍ତି ଶହ ଶହ BEd ଶେଷବର୍ଷ ଛାତ୍ରଛାତ୍ରୀ । ରାଜ୍ୟର ବିଭନ୍ନ ଜିଲ୍ଲାରୁ ଆସି ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ୯ ତାଲା ଠାରେ ଧାରଣାରେ ବସିଛନ୍ତି । ଚଳିତବର୍ଷ ନିଯୁକ୍ତି ନିୟୋଜନରେ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଏହି BEd ଛାତ୍ରଛାତ୍ରୀ ।
ବର୍ତ୍ତମାନ BEd ନିଯୁକ୍ତିର ଯେଉଁ ବିଜ୍ଞପ୍ତି ବାହାରିଛି ସେଥିରେ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ଆବେଦନର ସୁଯୋଗ ଦିଆଯାଇନାହିଁ । ସବୁ ବର୍ଗର ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ଏହି ନିଯୁକ୍ତି ଆବେଦନରେ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଏମାନଙ୍କର ପାଠ ପଢା ସରିନଥିବାରୁ ତାହା କରାଯାଉନାହିଁ ବୋଲି କୁହାଯାଇଛି । ଏହାକୁ ନେଇ ପିଲାମାନେ ଉଦ୍ବେଗ ପ୍ରକାଶ କରିବା ସହ କହିଛନ୍ତି, "ଯେତେବେଳେ ପରୀକ୍ଷା ହେବ ବା ପରୀକ୍ଷା ପରେ ଯେଉଁ ନିଯୁକ୍ତି ପାଇଁ ଚୟନ ହେବ ସେପର୍ଯ୍ୟନ୍ତ ଆମେ ସମସ୍ତ କଟେଗୋରିକୁ ପୂରଣ କରିଛୁ । ତେବେ ବିଭାଗ କାହିଁକି କିଛି ମାସର ଅନ୍ତରକୁ ନେଇ ଆମକୁ ଏଥିରୁ ବଞ୍ଚିତ କରୁଛି । ଏହାକୁ ନେଇ ଆମେ ପାଠ ସରୁ ସରୁ ପରୀକ୍ଷା ଦେବାର ଯେଉଁ ଆଗ୍ରହ ଥାଏ ତାହା ଆମର ମଉଳି ଯାଉଛି । କାରଣ ଆଉଥରେ ଆବେଦନ ପାଇଁ ଆମକୁ ଏକ ବର୍ଷ ଅପେକ୍ଷା କରିବାକୁ ପଡୁଛି ।"