ଭୁବନେଶ୍ବର:ରାଜରାସ୍ତାରେ ନିଖିଳ ଓଡିଶା ଆୟୁଷ ଡାକ୍ତର ଛାତ୍ର ସଂଘ । ଡାକ୍ତର ପଦବୀ ସୃଷ୍ଟି ଓ ନିଯୁକ୍ତିକୁ ନେଇ ଲୋୟର ପିଏଜିରେ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସ ଓ ଆୟୁଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କୁ ମାଡ଼ମାରିବା ସହ ସେମାନଙ୍କୁ ଉଠାଇ ନେଇଛି ପୋଲିସ । ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଯେତେ ଥର ଉଠାଇ ନେବେ ପୁଣି ଆସି ଆନ୍ଦୋଳନ କରିବୁ ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ‘‘ଗତ 21 ବର୍ଷ ଧରି ରାଜ୍ୟରେ ନୂଆ ପଦବୀ ସୃଷ୍ଟି ହେଉନଥିବା ବେଳେ ହୋମିଓପାଥିକ ପାଠ ପଢ଼ି ଛାତ୍ରଛାତ୍ରୀମାନେ ବେକାର ହୋଇ ଘରେ ବସିଛନ୍ତି । ପ୍ରତିବର୍ଷ ରାଜ୍ୟରେ ହଜାରରୁ ଊର୍ଦ୍ଧ୍ବ ପିଲା ଏହି ବିଭାଗରେ ପାଠପଢୁଥିଲେ ସୁଦ୍ଧା ସେମାନଙ୍କ ନିଯୁକ୍ତି ପାଇଁ ହସ୍ପିଟାଲ ନାହିଁ । ୨୩ ବର୍ଷର ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ବର୍ଷ ହେଲା ନିଯୁକ୍ତି ବାହାର କରିନାହାନ୍ତି ଯେଉଁଠିକି କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ବିଭାଗ କରିଛନ୍ତି । ସବୁ ଥାଇକି ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରେ ପଦବୀ ସୃଷ୍ଟିର ଆନ୍ତରିକତା ନାହିଁ । ତେଣୁ ସରକାର ନୂଆ ନିଯୁକ୍ତି ସୃଷ୍ଟି କରନ୍ତୁ ଓ ଆମ ପାଇଁ ହସ୍ପିଟାଲ କରି ଲୋକଙ୍କୁ ସେବା ଯୋଗାଇବାର ସୁଯୋଗ ଦିଅନ୍ତୁ । ନହେଲେ ଆମେ ସବୁଦିନ ପାଇଁ ଏଭଳି ପାଠ ପଢା ବେକାର ଡାକ୍ତର ହୋଇ ରହିଯିବୁ । ଏହାକୁ ନେଇ ଆମ ଭବିଷ୍ୟତ ଆଜି ଅନ୍ଧାରରେ । ତେଣୁ ପାଠପଢି ଆମେ ମାନେ କରିବୁ କଣ ବୋଲି ପ୍ରଶ୍ନ କରିଛନ୍ତି ।’’
ଏହା ମଧ୍ୟ ପଢ଼ନ୍ତୁ...Ayurvedic student protest: ପୂରଣ ହେଉନି ଦାବି, ରାଜଧାନୀରେ ଗର୍ଜିଲେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ