ଖୋର୍ଦ୍ଧା: ଯେତେବେଳେ ପରିବାରକୁ କୌଣସି ବିପତ୍ତି ମାଡିଆସେ ସେତେବେଳେ ମା ମାନେ ହିଁ ଏହାକୁ ପ୍ରତିହତ କରିବାପାଇଁ ସାମ୍ନାକୁ ଆସିଥାନ୍ତି । ସେହିପରି ଆତଙ୍କ ଖେଳାଇଥିବା ମହାମାରୀ କୋରୋନାର ମୁକାବିଲା କରିବାକୁ ଆଗେଇ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲା ପତନିବର ଗ୍ରାମର ମହିଳା ସଂଗଠନ ।
ଲକ୍ଡାଉନ୍ ଦେଶ: ଗ୍ରାମବାସୀଙ୍କୁ ସେଚତନ କରୁଛି ମହିଳା ସଙ୍ଗଠନ - ଗାଁରେ କୋରୋନା ପ୍ରଭାବ
ସଚେତନ ଓ ସହଯୋଗ ହିଁ କୋରୋନା ମୁକାବିଲାର ଏକମାତ୍ର ପନ୍ଥା । ଏନେଇ ପୁରା ଦେଶ ଲକ୍ଡାଉନ୍ । ସହର ସହ ଗାଁ ଲୋକେ ମଧ୍ୟ ଖୁବ ସଚେତନ ଥିବା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ଜିଲ୍ଲା ପତନିବର ଗ୍ରାମର ମହିଳା ସଂଗଠନ ଗାଁରେ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
![ଲକ୍ଡାଉନ୍ ଦେଶ: ଗ୍ରାମବାସୀଙ୍କୁ ସେଚତନ କରୁଛି ମହିଳା ସଙ୍ଗଠନ a](https://etvbharatimages.akamaized.net/etvbharat/prod-images/768-512-6593335-thumbnail-3x2-corona.jpg)
ଲକ୍ଡାଉନ୍ ଦେଶ: ଗାଁ ଲୋକଙ୍କୁ ସେଚତନ କରୁଛି ମହିଳା ସଙ୍ଗଠନ
ଲକ୍ଡାଉନ୍ ଦେଶ: ଗାଁ ଲୋକଙ୍କୁ ସେଚତନ କରୁଛି ମହିଳା ସଙ୍ଗଠନ
ମହିଳାମାନେ ଘର ଘର ବୁଲି ସମସ୍ତଙ୍କୁ କୋରୋନା ବିଷୟରେ ଅବଗତ କରି ସଚେତନ କରୁଥିବା ବେଳେ ଗାଁ ମୁଣ୍ଡରେ ପାଳି କରି ସାମାଜିକ ଦୂରତା ଅବଲମ୍ବନ କରି ଗାଁକୁ ଲକଡାଉନ କରିଛନ୍ତି । ଅତି ଜରୁରୀ କାମ ନଥିଲେ କାହାରିକୁ ଗାଁ ବାହାରକୁ ଛାଡୁ ନଥିବା ଦେଖାଦେଇଛି । ଯଦି କୌଣସି ବ୍ୟକ୍ତି ବାହାରକୁ ଯାଇଛନ୍ତି ତେବେ ଫେରିବାବେଳେ ସେମାନଙ୍କୁ ସାବୁନରେ ହାତ ଧୋଇ ଗାଁ ଭିତରକୁ ପ୍ରବେଶ ଅନୁମତି ଦେଉଛନ୍ତି। ମହିଳାମାନଙ୍କ ଏଭଳି ପଦକ୍ଷେପକୁ ଗ୍ରାମବାସୀ ମାନୁଥିବା ବେଳେ ପ୍ରଶଂସା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ