ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ସାଇବର ଠକ (Cyber Crime in Odisha)। ଓଡିଶାରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ଦୌରାତ୍ମ୍ୟ । ଠକିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ତରିକା ଓ ଭିନ୍ନ ଭିନ୍ନ ଚାଲ । ଟଙ୍କା ଠକିବାକୁ ସାଇବର ଠକ ବିଛାଉଛନ୍ତି ମାୟାଜାଲ । ତେବେ ଦେଶରେ ୫G ସେବା ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Union IT Minister Aswini Vaishnaw) । ରାଜ୍ୟରେ 5G ଆରମ୍ଭ ନହେଉଣୁ ଜାଲ ବିଛେଇବା ଆରମ୍ଭ କରିଲେଣି ସାଇବର ଠକ । ଏହାକୁ ଆଳକରି ସାଇବର ଠକମାନେ ଲୁଟ କରିବା ପନ୍ଥା ଆପଣାଇଛନ୍ତି । ସାଇବର ଠକମାନେ ୫G ସେବାର ସୁଯୋଗ ନେଇ ନିରୀହ ଲୋକଙ୍କ ଠାରୁ ଟଙ୍କା ଲୁଟ କରୁଛନ୍ତି । ତେବେ ଏଥିରୁ ବର୍ତ୍ତିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ (Information & Public Relations Dept) ପକ୍ଷରୁ ସଚେତନ କରାଯାଇଛି । କିଭଳି ଏବଂ କେଉଁ ଉପାୟରେ ସାଇବର ଠକ ଠକୁଛନ୍ତି ଓ ଏଥିରୁ ବର୍ତ୍ତିବା ପାଇଁ ଜାଣନ୍ତୁ ଉପାୟ...
ଏହା ମଧ୍ୟ ପଢନ୍ତୁ: State Cabinet Meeting: 6 ପ୍ରସ୍ତାବକୁ କ୍ୟାବିନେଟ ମୋହର
କେମିତି ଠକୁଛନ୍ତି ସାଇବର ଠକ
୧. ଅଡିଓ କଲ, ସାମାଜିକ ଗଣମାଧ୍ୟମ ବା ହ୍ବାଟ୍ସଆପରେ ମେସେଜ କିମ୍ବା ଲିଙ୍କ ପଠାଇ ଆପଣଙ୍କୁ ଠକି ପାରନ୍ତି ସାଇବର ଠକ
୨. ଯଦି ଆପଣ ସେହି କଲ କିମ୍ବା ଲିଙ୍କରେ କ୍ଲିକ କରନ୍ତି ତେବେ ସାଇବର ଠକ ଆପଣଙ୍କୁ ସିମକୁ 4Gରୁ ୫Gକୁ ପରିବର୍ତ୍ତନ କରିବା ପାଇଁ ଏକ ମେସେଜ ପଠାଇବେ
୩. କଥାବାର୍ତ୍ତା ସମୟରେ ସେମାନେ ଚତୁରତାର ସହ ଓଟିପି ଏବଂ ଅନ୍ୟ ବିବରଣୀ ହାସଲ କରିଥାନ୍ତି ।