ଖୋର୍ଦ୍ଧା: ଜିଲ୍ଲାରେ ଦ୍ରୁତଗତିରେ ମାଡିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ନିରାକରଣ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବହାରିନଥିବା ବେଳ ସରକାର ଲକଡାଉନ ଏବଂ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିଭଳି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ରାଜ୍ୟ ସରକାର ଚାରୋଟି ଜିଲ୍ଲାକୁ ପୁନର୍ବାର ଲକଡାଉନ ଘୋଷଣା କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଆତଙ୍କରେ ଯେମିତି ଆତଙ୍କିତ ହୋଇଯାଇଛି ସରକାରୀ କାର୍ଯ୍ୟାଳୟ । ସଂକ୍ରମଣ ଭୟରେ ପ୍ରାୟ କାର୍ଯ୍ୟାଳୟରେ ଝୁଲୁଛି ତାଲା । ଜିଲ୍ଲାପାଳ ଏବଂ ଏସପିଙ୍କ କାର୍ଯ୍ୟାଳୟର ବାହାରେ ଅଭିଯୋଗ ବକ୍ସ ରଖାଯାଇଥିବା ବେଳେ ଲୋକଙ୍କୁ ଅନଲାଇନ ଅଭିଯୋଗ କରିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି ।