ଖୋର୍ଦ୍ଧା:ଖବର ପ୍ରସାରଣ କରିବା ସାମ୍ବାଦିକଙ୍କୁ ମହଙ୍ଗା ପଡିଛି । ଏକ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଜିଲ୍ଲାର ଟାଙ୍ଗୀ ବ୍ଲକର ଗଣମାଧ୍ୟମ ପ୍ରତିନିଧି ବିକ୍ରମ କେଶରୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଆକ୍ରମଣକାରୀଙ୍କ ବିରୋଧରେ ଟାଙ୍ଗୀ ଥାନାରେ ମାମଲା ରୁଜୁ ହୋଇଛି ।
ସୂଚନା ଅନୁଯାୟୀ, କୋଭିଡ କଟକଣା ସମୟରେ ଟାଙ୍ଗୀ ଥାନା ଅଞ୍ଚଳର ଏକ ଘରୋଇ କୋଚିଂ ସେଣ୍ଟର ନିୟମ ଉଲ୍ଲଘଂନ କରୁଥିବାର ଅଭିଯୋଗ ହେଉଥିଲା । ଏହାକୁ ନେଇ ସାମ୍ବାଦିକ ବିକ୍ରମ ଖବର ପ୍ରସାରଣ କରିଥିଲେ । କିନ୍ତୁ ଆଜି ସାମ୍ବାଦିକ ଜଣକ ଚିକିତ୍ସିତ ହେବା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଏହାର ସୁଯୋଗ ନେଇ ପୂର୍ବରୁ ରାଗ ରଖିଥିବା କିଛି ଯୁବକ ସାମ୍ବାଦିକ ବିକ୍ରମଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।