ଓଡିଶା

odisha

ETV Bharat / state

ବ୍ଲକ କାର୍ଯ୍ୟାଳୟ ଆଗରେ ସ୍ବାବଲମ୍ବୀ କାରିଗର ସଂଘର ବିକ୍ଷୋଭ - କର୍ମଚାରୀଙ୍କୁ ଦୁର୍ଘଟଣା ଜନିତ ସହାୟତା

ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ ବକେୟା ଦାବି ପ୍ରଦାନ ସମେତ ସରକାରୀ ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବା । କାର୍ଯ୍ୟରତ ପମ୍ପଚାଳକ ମାନଙ୍କୁ ସର୍ବନିମ୍ନ ମଜୁରୀ ତଥା କାର୍ଯ୍ୟରତ କୌଣସି କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାରକୁ ଅନ୍ୟୁନ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବା ଲାଗି ସରକାରଙ୍କ ପାଖରେ ସଙ୍ଘ ଦାବି କରିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସ୍ବାବଲମ୍ବୀ କାରିଗର ସଂଘର ବିକ୍ଷୋଭ
ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସ୍ବାବଲମ୍ବୀ କାରିଗର ସଂଘର ବିକ୍ଷୋଭ

By

Published : Jul 20, 2021, 7:24 AM IST

ଖୋର୍ଦ୍ଧା: ରାଜ୍ୟ ମିଳିତ ସାବଲମ୍ବୀ କାରୀଗର ସଙ୍ଘ ତଥା ଖୋର୍ଦ୍ଧା ବ୍ଳକ ପକ୍ଷରୁ ସୋମବାର ବ୍ଳକ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହି ଅବସରରେ ସଙ୍ଘ ପକ୍ଷରୁ ବିଡିଓ ରୁମାନା ଜାଫ୍ରିଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାନୁଯାୟୀ ୨୦୦୬ ମସିହାରେ ରାଜ୍ୟ ସରକାର ଗ୍ରାମ୍ୟ ପାଇପ ଲାଇନ ଜଳଯୋଗାଣ ବ୍ୟବସ୍ଥା ଆରମ୍ଭ କଲେ । ବିନା ପାରିଶ୍ରମିକରେ ଶ୍ରମିକ ମାନଙ୍କୁ ସ୍ବାବଲମ୍ବୀ ଆଖ୍ୟା ଦେଇ ପ୍ରଥମେ ୩୫୦ ଏବଂ ପରେ ୫ଶହ ଟଙ୍କାର ପ୍ରାପ୍ୟ ପ୍ରଦାନ କଲେ । ୨୦୧୩ ମସିହାରେ ଏହାକୁ ୧ ହଜାର ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଅତିରିକ୍ତ କାର୍ଯ୍ୟ ପାଇଁ ୨ ହଜାର ଦେବା ଲାଗି ଘୋଷଣା କରିଥିଲେ ।

ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସ୍ବାବଲମ୍ବୀ କାରିଗର ସଂଘର ବିକ୍ଷୋଭ

ମାତ୍ର ଗତ ମାର୍ଚ୍ଚ ମାସରେ ଏହି ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଓ ଏନଜିଓ(NGO) ମାନଙ୍କ ହାତକୁ ଦିଆଗଲା । ମାତ୍ର ଏହି କାରିଗର ମାନଙ୍କ ପାରିଶ୍ରମିକ ବୃଦ୍ଧିଲାଗି କୌଣସି ନିଷ୍ପତ୍ତି ସରକାର ନେଲେନି । ତେଣୁ ସ୍ବଳ୍ପ ଅର୍ଥରେ ବହୁକଷ୍ଟରେ ସେମାନଙ୍କ ପରିବାର ଚଳୁଥିବାବେଳେ ଅନେକ ଶ୍ରମିକ କାମ ଛାଡିଦେଇଥିବା ନେଇ ସଙ୍ଘର ସଭାପତି ଜିତେନ୍ଦ୍ର ବଳବନ୍ତରାୟ ସୂଚନା ଦେଇଛନ୍ତି । ରାଜ୍ୟରେ ଥିବା ୪୦୧୩୨ ନଳକୂପ ଓ ୯୮୫୬ ପମ୍ପ ହାଉସ ଗୁଡିକର ରକ୍ଷଣାକ୍ଷଣ ଦାୟିତ୍ବରେ ଥିବା କର୍ମଚାରୀ ମାନେ କାମ ବନ୍ଦ କରିଦେଲେ ଗ୍ରାମାଞ୍ଚଳରେ ପିଇବା ପାଣି ଯୋଗାଣ ଅଚଳ ହୋଇଯିବ ବୋଲି ସେ କହିଛନ୍ତି ।

ସେପଟେ ଗ୍ରାମ୍ୟ ଜଳଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଦାୟିତ୍ବ ସୟଂ ସହାୟକ ଗୋଷ୍ଠୀ ଏନଜିଓ ଓ ଠିକାଦାରମାନଙ୍କୁ ଦେବା ପରିବର୍ତ୍ତେ ସରକାର ପୂର୍ବପରି ବିଭାଗ ଅଧୀନରେ ରଖିବା ସଂକ୍ରାନ୍ତରେ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବା, କାର୍ଯ୍ୟରତ ପମ୍ପଚାଳକ ମାନଙ୍କୁ ସର୍ବନିମ୍ନ ମଜୁରୀ ଓ କର୍ମଚାରୀ ମାନ୍ୟତା ପ୍ରଦାନ ଓ କାର୍ଯ୍ୟରତ କୌଣସି କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାରକୁ ଅନ୍ୟୁନ ୧୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦେବା ଲାଗି ସେ ଦାବି କରିଛନ୍ତି ।

ପୂର୍ବ ବକେୟା ପ୍ରଦାନ, ମନଇଛା ନିଯୁକ୍ତି ବନ୍ଦ ସାଙ୍ଗକୁ ସମାନ କାମକୁ ସମାନ ମଜୁରୀ ଏବଂ ବୀମା ପ୍ରଦାନ ପ୍ରଭୃତି ଦାବିରେ ସୋମବାର କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details