ଭୁବନେଶ୍ବର:ଚଳିତ ବର୍ଷ ସ୍ପେସାଲିଷ୍ଟ୍ ବିଭାଗମାନଙ୍କରେ ସହକାରୀ ପ୍ରଫେସର ନିଯୁକ୍ତ । ରାଜ୍ୟବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ଏନେଇ ରାଜ୍ୟ ସରକାର ଚଳିତ ବର୍ଷ ୨୩ ଟି ସ୍ପେସାଲିଷ୍ଟ୍ ବିଭାଗରେ ୨୪୯ ଜଣ ସହକାରୀ ପ୍ରଫେସରଙ୍କ ନିଯୁକ୍ତି ଦେଇଛନ୍ତି । ଏମାନଙ୍କୁ ବିଭିନ୍ନ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ନିୟୋଜନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଅଧିକ ୨୭୪ ସହକାରୀ ପ୍ରଫେସର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯିବା ସହିତ ଇତି ମଧ୍ୟରେ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ଓଡ଼ିଆ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି ।