ଓଡିଶା

odisha

ETV Bharat / state

ବର୍ଷେ ବଢ଼ିଲା ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ - ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାଶରଥି

ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରାକର। ଅଧିକ ପଢନ୍ତୁ

Assembly Secretary term extended by one year
Assembly Secretary term extended by one year

By

Published : Jan 31, 2023, 9:59 AM IST

ଭୁବନେଶ୍ବର:ବଢିଲା ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ। ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆହୁରି ବର୍ଷ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଚିବ ଭାବେ କାର୍ଯ୍ୟ ଜାରୀ ରଖିବେ ଦାଶରଥି ଶତପଥୀ । ଲଗାତାର ଦ୍ଵିତୀୟ ଥର ଲାଗି ବଢିଛି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ ।

ଦାଶରଥିଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି(ସୋମବାର) ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଦାଶରଥି 2024 ଫେବୃଆରୀ 31 ପର୍ଯ୍ୟନ୍ତ ବିଧାନସଭା ସଚିବ ଭାବେ ଦାୟିତ୍ୱ ତୁଲାଇବେ । ସ୍ୱତନ୍ତ୍ର ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି । ଓଡିଶା ପ୍ରଶାସନିକ ସେବାର ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ ଦାଶରଥି ଶତପଥୀ। ପୂର୍ବରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ ଦକ୍ଷତାର ସହ ସେ କାର୍ଯ୍ୟ କରିଛନ୍ତି ।

2019 ମାର୍ଚ୍ଚ ମାସରେ ବିଧାନସଭା ସଚିବ ଥିବା ଅମୀୟ କୁମାର ଷଡଙ୍ଗୀଙ୍କ ଅବସର ପରେ ଏହି ଦାୟିତ୍ୱ ସମ୍ଭାଳିଥିଲେ ଦାଶରଥି । ଜୁନ ମାସରେ ଦାଶରଥି ବିଧାନସଭା ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ବିଧାନସଭା କାର୍ଯ୍ୟକ୍ରମ ଓ ପ୍ରଶାସନିକ କାର୍ଯ୍ୟ ସୁପରିଚାଳନା ଲାଗି ରାଜ୍ୟ ସରକାର ଦାଶରଥିଙ୍କୁ ନିଯୁକ୍ତି ଦେଇଥିଲେ । ଗତବର୍ଷ ଅବସର ନେବା ପରେ ମଧ୍ୟ ଦାଶରଥିଙ୍କୁ ବିଧାନସଭା ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟର ଜଣେ ବିଶିଷ୍ଟ କବି ଓ ଲେଖକ ଭାବେ ଦାଶରଥିଙ୍କର ସୁନାମ ରହିଛି ।

ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ସ୍ବାସ୍ଥ୍ୟ ବିଭା ଗ। ମୃତ୍ୟୁର ଗୋଟିଏ ଦିନ ପରେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଥିଲା । ଅର୍ଥ ସହ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାଇତ୍ୱ ତୁଲାଇବେ ନିରଞ୍ଜନ । ସ୍ୱାସ୍ଥ୍ୟମନ୍ତ୍ରୀ ପଦବୀ ପୂରଣ କରିବା ଲାଗି ରାଜ୍ୟପାଳଙ୍କୁ ନିରଞ୍ଜନ ପୂଜାରୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ତତ୍କାଳ ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ । ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ତାଙ୍କ ଉପରେ ଚାପ ରହିବ । ଆଗାମୀ ଦିନରେ ରାଜ୍ୟ ସରକାର ବଜେଟ ଆଣିବାକୁ ଯାଉଛନ୍ତି । ତେଣୁ ଉଭୟ ବିଭାଗରେ ସମନ୍ୱୟ ରଖି ନିରଞ୍ଜନଙ୍କୁ କାର୍ଯ୍ୟ କରିବାକୁ ପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details