ଭୁବନେଶ୍ବର:ଯାହା ଅନୁମାନ କରାଯାଉ ଥିବା ତାହା ହେଲା । ଆରମ୍ଭରୁ କମ୍ପିଲା ଗୃହ । ଦ୍ବିତୀୟ ଦିନ ଭଳି ତୃତୀୟ ଦିନ ସମାନ ଅବସ୍ଥା । ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ବିଧାନସଭା ମୌସୁମୀ ଅଧିବେଶନ ତୃତୀୟ ଦିନରେ ବି ଚାଲି ପାରିଲା ନାହିଁ ଗୃହ । ପୁଣି ଧୋଇଗଲା ପ୍ରଶ୍ନକାଳ । ବାଚସ୍ପତିଙ୍କ କଥା ଖୁଣିବାକୁ ନାରାଜ ଥିଲେ ବିରୋଧୀ । ପୋଡିୟମ ପାଖକୁ ଆସି ହୋ ହାଲ୍ଲା କରିଥିଲେ । ଗୋଟିଏ ବି ପ୍ରଶ୍ନ ଉପରେ ଆଲୋଚନା ହୋଇପାରନଥିଲା । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ନେଇ ପ୍ରଥମେ ଅପରାହ୍ନ 12ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ସମସ୍ତ ବିରୋଧୀ ଦଳ ନେତାଙ୍କୁ ଗୃହ ସୁରୁଖୁରୁରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ସର୍ବଦଳୀୟ ବୈଠକ ପରେ ବି କିଛି ସୁଫଳ ମିଳି ନଥିଲା । 12ଟା ପରେ ଗୃହ କାର୍ଯ୍ୟ ଆରମ୍ଭରୁ ପୁଣି ବିରୋଧୀ ହଙ୍ଗାମା କରିଥିଲେ ଫଳରେ ପୁଣି ଅପରାହ୍ନ 4ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।
ବିଧାନସଭା ପ୍ରଶ୍ନକାଳରେ ଆଜି ବି ଆରମ୍ଭରୁ ହଟ୍ଟଗୋଳ କରିଥିଲେ ବିରୋଧୀ । ହାତରେ କଳା ବ୍ୟାଚ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ ବିଜେପି ବିଧାୟକ । ତୃତୀୟ ଦିନ ମୌସୁମୀ ଅଧିବେଶନରେ ଗୃହ ଚଳାଇବା ମୁସ୍କିଲ୍ ହୋଇ ପଡିଥିଲା । ବାଚସ୍ପତି ଆସନ ଗ୍ରହଣ କରି ନଥିଲେ ବିରୋଧୀଙ୍କ ହୋ ହାଲ୍ଲା ଆରମ୍ଭ ହୋଇଥିଲା । ପ୍ରଶ୍ନ ଉପରେ ଆଲୋଚନା କରିବାକୁ ବାଚସ୍ପତି କହିବା କ୍ଷଣି ବିରୋଧୀ ଆହୁରି ଜୋରରେ ହୋ ହଲ୍ଲା କରିଥିଲେ । ହାତରେ କଳା ବ୍ୟାଚ ପିନ୍ଧି ବିଧାନସଭା ଆସିଥିବା ବିଜେପି ବିଧାୟକ ପୋଡିୟମ ପାଖକୁ ଆସି ହୋ ହାଲ୍ଲା କରିଥିଲେ । ସିଟ ପାଖକୁ ଯିବାକୁ ବାଚସ୍ପତି କହିବା ପରେ ବି କେହି ଶୁଣି ନଥିଲେ । ଏମଏସ୍ପି ଦାବି କରି ବିଜେଡି ହଟ୍ଟଗୋଳ କରିଥିଲା । ଗୃହ କାର୍ଯ୍ୟ ଚଳାଇବା ମୁସ୍କିଲ୍ ହୋଇଥିଲା ।