ଭୁବନେଶ୍ବର:ରାଜ୍ୟବାସୀଙ୍କୁ ରାଜ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆବଶ୍ୟକ ଭିତ୍ତିଭୂମି ବିକାଶ କରାଯାଉଛି । ଏହାକୁ ଶାସକ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ଘୋଷି ହେଉଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ରାଜ୍ୟରେ ସ୍ୱାସ୍ଥ୍ୟ ସେବା କେମିତି ଚାଲିଛି ତାହା ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଯାଇଛି । ରାଜ୍ୟରେ ୭୨୭୬ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟ ଖାଲି ପଡ଼ିଛି । ସେହିପରି ପ୍ରାୟ ୬୦ ପ୍ରତିଶତ ନର୍ସିଂ ଅଫିସର ପଦବୀ ଅର୍ଥାତ ୧୭୩୫୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି ପଡ଼ିଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ମୋଟ ୨୮୨୮୫ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀ ରହିଛି । ସେଥିରୁ ୧୦୯୨୭ଟି ପଦବୀରେ କାର୍ଯ୍ୟରତ । ବାକି ୧୭୩୫୮ଟି ପଦବୀ ଖାଲି ପଡ଼ିଛି । ଅର୍ଥାତ ୬୦ ପ୍ରତିଶତରୁ ଅଧିକ ନର୍ସିଂ ଅଫିସର ପଦବୀ ଖାଲି ପଡ଼ିଛି । ସେହିପରି ମଞ୍ଜୁରୀପ୍ରାପ୍ତ ଫାର୍ମାସିଷ୍ଟ ପଦବୀ ୩୪୯୦ । ସେଥିମଧ୍ୟରୁ ଏବେ ୨୪୯୨ଟି ପଦବୀରେ କାର୍ଯ୍ୟରତ ଅଛନ୍ତି । ବାକି ୯୯୮ଟି ପଦବୀ ଖାଲି ପଡ଼ିଛି । ଲାବ୍ରୋଟୋରୀ ଟେକ୍ନିସିଆନରେ ମଞ୍ଜୁରୀପ୍ରାପ୍ତ ୨୨୩୫ଟି ପଦବୀ ମଧ୍ୟରୁ ୯୧୫ଟି ଖାଲି ପଡ଼ିଛି । ତେବେ ୯୨୧ଟି ଟେକ୍ନିସିଆନ ପଦବୀ ପୂରଣ ନିମନ୍ତେ ଓଡ଼ିଶା ଅଧିସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହା ବି ପଢନ୍ତୁ...Monsoon Session: ଦ୍ବିତୀୟ ଦିନରେ ଗୃହରେ ରୋଚକ ଚିତ୍ର, ପଢନ୍ତୁ ବିଧାନସଭାର ଏପାଖ ସେପାଖ