ଓଡିଶା

odisha

ETV Bharat / state

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାହାନ୍ତି ଗ୍ରନ୍ଥାଗାରିକ, ପଦ ପୂରଣ ପାଇଁ ଦାବି - ଗ୍ରନ୍ଥାଗାରିକ ପଦବୀ ପୂରଣ ପାଇଁ ଦାବି

ଓଡିଶାର ଆଦର୍ଶ ବିଦ୍ୟାଳୟରେ ନାହାନ୍ତି ଗ୍ରନ୍ଥଗାରିକ । ଗ୍ରନ୍ଥାଗାରିକ ପଦବୀ ପାଇଁ ଅନେକ ଆଶାୟୀ ଆଶାବାନ୍ଧି ବସିଥିବା ବେଳେ ଦୀର୍ଘ 8 ବର୍ଷ ହେଲା ଏନେଇ କୌଣସି ସୂଚନା ପ୍ରକାଶ ପାଉନାହିଁ । ଏହି ପଦ ପୂରଣ ପାଇଁ ଦାବି ଜୋର ଧରିଛି । ଆଗକୁ ପଢନ୍ତୁ

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାହାନ୍ତି ଗ୍ରନ୍ଥାଗାରିକ, ପଦ ପୂରଣ ପାଇଁ ଦାବି
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାହାନ୍ତି ଗ୍ରନ୍ଥାଗାରିକ, ପଦ ପୂରଣ ପାଇଁ ଦାବି

By ETV Bharat Odisha Team

Published : Oct 17, 2023, 10:35 AM IST

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାହାନ୍ତି ଗ୍ରନ୍ଥାଗାରିକ, ପଦ ପୂରଣ ପାଇଁ ଦାବି

ଖୋର୍ଦ୍ଧା:ଓଡ଼ିଶାର ଆଦର୍ଶ ବିଦ୍ୟାଳୟରେ ନାହାନ୍ତି ଗ୍ରନ୍ଥଗାରିକ । ପାଠାଗାର ପରିଚାଳନା ପାଇଁ ଗ୍ରନ୍ଥାଗାରିକ ନିଯୁକ୍ତି ଆବଶ୍ୟକତା ଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏପର୍ଯ୍ୟନ୍ତ ଗ୍ରନ୍ଥାଗାରିକ ନିଯୁକ୍ତି ପାଇନାହାନ୍ତି । ଏପଟେ ଆଶାୟୀ ମାନେ ପଦବୀକୁ ନେଇ ଅନେଇ ବସିଥିବା ବେଳେ ଖୁବ ଶୀଘ୍ର ପଦବୀ ପୂରଣ ପାଇଁ ଦାବି ଜୋର ଧରିଛି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାହାନ୍ତି ଗ୍ରନ୍ଥଗାରିକ । ପାଠାଗାର ପରିଚାଳନା ପାଇଁ ଗ୍ରନ୍ଥାଗାରିକ ନିଯୁକ୍ତି ଆବଶ୍ୟକତା ଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏପର୍ଯ୍ୟନ୍ତ ଗ୍ରନ୍ଥାଗାରିକ ନିଯୁକ୍ତି ପାଇନାହାନ୍ତି । ଏନେଇ କୌଣସି ପଦବି ମଧ୍ୟ ପୂରଣ କରାଯାଇନାହିଁ । କେବଳ ଗୋଟିଏ ଆଦର୍ଶ ବିଦ୍ୟାଳୟ ପାଇଁ ଗ୍ରନ୍ଥାଗାରିକ ପଦବୀ ମଞ୍ଜୁର ହୋଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ଆଦର୍ଶ ବିଦ୍ୟାଳୟରେ ଗ୍ରନ୍ଥାଗାରିକ ନିଯୁକ୍ତି କରାଯାଇନାହିଁ ।

ଏହାମଧ୍ୟ ପଢନ୍ତୁ..ITI କ୍ୟାମ୍ପସରେ ଉତ୍ତେଜନା, ଅଧ୍ୟକ୍ଷଙ୍କ ବଦଳି ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୨୦୧୫ ମସିହାରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଥିରେ ଥିବା ପାଠାଗାର ନିମନ୍ତେ ୩୧୯ଟି ଗ୍ରନ୍ଥାଗାରିକ ପଦବୀ ରହିଛି । ହେଲେ 8 ବର୍ଷ ହେଲା ଏହି ପଦଗୁଡ଼ିକ ପୂରଣ ହୋଇନାହିଁ । ବାରମ୍ବାର ଦାବି ସତ୍ତ୍ବେ ନିଯୁକ୍ତି ନେଇ କୌଣସି ବ୍ୟବସ୍ଥା କରାଯାଉ ନଥିବାରୁ ଆଶାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ପାଠାଗାର ପରିଚାଳନା ପାଇଁ ତାଲିମପ୍ରାପ୍ତ ଗ୍ରନ୍ଥାଗାରିକ ନିଯୁକ୍ତ କରିବା ଆବଶ୍ୟକ । ଅନ୍ୟ ରାଜ୍ୟଗୁଡ଼ିକରେ ବହୁ ମାତ୍ରାରେ ଗ୍ରନ୍ଥାଗାରିକ ପଦବୀଗୁଡ଼ିକ ପୂରଣ କରାଯାଇଥିବା ବେଳେ ଓଡ଼ିଶାରେ ଏହା ଅତ୍ୟନ୍ତ ନଗଣ୍ୟ ହୋଇ ରହିଥିବା କହିଛନ୍ତି ଆଶାୟୀ । ତେବେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ପାଠାଗାର ଓ ସୂଚନା ବିଜ୍ଞାନ ବିଭାଗରୁ ପ୍ରତିବର୍ଷ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଛନ୍ତି । ନିଯୁକ୍ତି ଅଭାବରୁ ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନେ ଏହି ଶିକ୍ଷାରୁ ମୁହଁ ମୋଡ଼ୁଛନ୍ତି । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ମଧ୍ୟ ନିଯୁକ୍ତି ପାଇଁ ଡହଳବିକଳ ହେଉଛନ୍ତି । ତେଣୁ ଆଦର୍ଶ ବିଦ୍ୟାଳୟରେ ପଦବୀ ପୂରଣ କରିବାକୁ ଆଶାୟୀମାନେ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ତାଳଚେର ମେଡ଼ିକାଲ କଲେଜ ଚାଲୁ ପାଇଁ ବିଜେପିର ପ୍ରତିବାଦ

ଆଶାୟୀ ସୁନୀଲ ମିଶ୍ର କହିଛନ୍ତି, "ସମସ୍ତ ଆଦର୍ଶ ବିଦ୍ୟାଳୟରେ ଗ୍ରନ୍ଥାଗାରିକ ପଦବୀ ଖାଲି ପଡ଼ିଛି । ତେବେ ଶିକ୍ଷକ ନିଯୁକ୍ତି ହେଉଛନ୍ତି କିନ୍ତୁ ଗ୍ରନ୍ଥାଗାରିକଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ମନ ବଳାଉ ନାହାନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ହେଉ ବା ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏପରିକି ଆଦର୍ଶ ବିଦ୍ୟାଳୟ ସଂଗଠନରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇଛି । କିନ୍ତୁ କେଉଁଠାରୁ କୌଣସି ପ୍ରକାରର ସୂଚନା ଆସିପାରିଲା ନାହିଁ। ତେଣୁ ଖୁବଶୀଘ୍ର ପଦବୀ ପ୍ରକାଶ କରାଯିବାକୁ ଦାବି ହୋଇଛି । ଯାହା ଫଳରେ କି ପଦବୀ ପାଇଁ ଅନେକ ଆଶାୟୀ ମାନେ ଆବେଦନ କରିପାରିବେ । ପଦବୀ ପ୍ରକାଶ କରିବାରେ ବିଳମ୍ବ ହେଉଥିବାରୁ ଅନେକ ଆଶାୟୀଙ୍କ ବୟସ ଗଡି ଯାଉଛି ।"


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details