ଓଡିଶା

odisha

ETV Bharat / state

ଏଏସଓ ପରୀକ୍ଷାକୁ ନେଇ ବଢୁଛି ବିବାଦ, ଅନଲାଇନରେ ପରୀକ୍ଷା ଦାବି

ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବାରୁ ଏଥିରେ ସ୍ବଚ୍ଛତା ଆଣିବା ପାଇଁ ପୁଣି ଥରେ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦର ଆବାହକ ଗିରିଜା ଶଙ୍କର ଜେନା ଦାବି କରିଛନ୍ତି ।

By

Published : Feb 6, 2019, 9:27 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିପ୍‌ ଭୁବନେଶ୍ବର

ଭୁବନେଶ୍ବର: ବର୍ଷ ଆରମ୍ଭରୁ ରାଜ୍ୟରେ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ମୁଣ୍ଡ ଟେକିଥିଲା । ଓଟିଇଟି ପ୍ରଶ୍ନପତ୍ର ଲିକ୍ ଖବର ସାରା ରାଜ୍ୟରେ ଶିକ୍ଷା ବିଭାଗର ନୀତି ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲା । ଏହାପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷାକୁ ବାତିଲ କରି ମାଧ୍ୟମିକ ପରିଷଦର ଅନଲାଇନରେ ପରୀକ୍ଷା କରିବା ପାଇଁ ଘୋଷଣା କରିଥିଲା । ସେହିଭଳି ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି, ସହକାରୀ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା କରିବାକୁ ଦାବି କରାଯାଇଛି । ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବାରୁ ଏଥିରେ ସ୍ବଚ୍ଛତା ଆଣିବା ପାଇଁ ପୁଣି ଥରେ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦର ଆବାହକ ଗିରିଜା ଶଙ୍କର ଜେନା ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିପ୍‌ ଭୁବନେଶ୍ବର

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ବାରା ଜାନୁଆରୀ ୨୦ରେ ଆସିଷ୍ଟାଣ୍ଟ ସେକସନ୍ ଅଫିସର (ଏଏସଓ) ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଥିଲା । ନିର୍ଦ୍ଧାରିତ ତାରିଖ ଓ କାର୍ଯ୍ୟସୂଚୀ ଅନୂଯାୟୀ ୫୦୦ ପଦବୀ ଲାଗି ସାରା ରାଜ୍ୟର ୪୮୪ ସେଣ୍ଟରରେ ୯୦ ହଜାରରୁ ଅଧି ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ତେବେ ଏହି ପରୀକ୍ଷା ପରିଚାଳନା ନେଇ ଆସିଥିଲା ଗୁରୁତର ଅଭିଯୋଗ । ଅଧିକାଶଂ କେନ୍ଦ୍ରରେ ବ୍ୟାପକ ଅନିୟମିତତା ସହ ପରୀକ୍ଷା କେନ୍ଦ୍ରରେ କପି ହୋଇଥିବା ଘଟଣା ସାମନାକୁ ଆସିଥିଲା । କେତେକ ପରୀକ୍ଷା କେନ୍ଦ୍ରରେ ମଧ୍ୟ ସିଲ୍‌ ଖୋଲା ପ୍ରଶ୍ନପତ୍ର ଦିଆଯାଇଥିଲା । ଆଉ କେତେକ ପରୀକ୍ଷା କେନ୍ଦ୍ରରେ ଠିକ ସମୟରେ ପରୀକ୍ଷା ଆରମ୍ଭ ହୋଇ ନଥିବା କଥା ପଦାରେ ପଡିଥିଲା ।

ଏଥିର ସହକାରୀ ସେକ୍ସନ ଅଫିସର ଖାମଖିଆଲି ପରୀକ୍ଷାର ପରିଚାଳନା ସହ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଅଭିଯୋଗ ଅନୁସାରେ ଏଥର ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ଲେଖିବାରେ ସହାୟତା କରିବାକୁ ସ୍କ୍ରାଇବ୍ ଲାଗି ଅନୁମତି ଦେଇନି ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସ । ଶହଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ନ ଖେଳି ନ୍ୟାୟ ପ୍ରଦାନ କରିବା ପାଇଁ ପୁନର୍ବାର ପରୀକ୍ଷା କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦର ଆବାହକ ଗିରିଜା ଶଙ୍କର ଜେନା କହିଛନ୍ତି ।

ସୂଚନାଯୋଗ୍ୟ ଯେ ସର୍ବଭାରତୀୟସ୍ତରରେ ଅନଲାଇନ ମାଧ୍ୟମରେ ୟୁଜିସି ନେଟ୍ ପରୀକ୍ଷା କରାଯାଉଛି । ଓଡ଼ିଶାରେ ମଧ୍ୟ ଓପିଟିସିଏଲ୍ ପରୀକ୍ଷା ଅନଲାଇନରେ କରାଯାଉଛି । ମାତ୍ର ବିଡମ୍ବନାର ବିଷୟ ନିୟମ ଅନୁଯାୟୀ ସଠିକ ଓ ସୂଚାରୁରୂପେ ପରୀକ୍ଷା ପରିଚାଳନା କରାଯାଉନାହିଁ । ଫଳରେ ବହୁ ଅଯୋଗ୍ୟ ପ୍ରାର୍ଥୀ ଚତୁରତା ସହ ଚାକିରି ପାଇବାରେ ସଫଳ ହେଉଥିଲା ବେଳେ ଅନେକ ଯୋଗ୍ୟ ପ୍ରାର୍ଥୀ ଏହାର ଶୀକାର ହୋଇ ଚାକିରିରୁ ବଞ୍ଚିତ ହେଉଛନ୍ତି ।


ଭୁବନେଶ୍ବରରୁ ଅଜିତ କୁମାର ଦାସ ବ୍ୟୁରୋ ଚିପ୍‌ , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details