ଭୁବନେଶ୍ବର: ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ ପାଇଁ ରାଜ୍ୟସଭାରେ ସଙ୍କଳ୍ପ ଆଗତ ହୋଇଛି । ଏ ନେଇ ଆଜି ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜାମ୍ମୁ କାଶ୍ମୀରର ପୁର୍ନଗଠନ ପାଇଁ ମଧ୍ୟ ସଂସଦରେ ସଂକଳ୍ପ ପତ୍ର ଜରିଆରେ ପ୍ରସ୍ତାବ ଦେଇଛନ୍ତି ଗୃହମନ୍ତ୍ରୀ । ଏପଟେ ଏହି ପ୍ରସ୍ତାବକୁ ଐତିହାସିକ କହି ବିଲକୁ ସ୍ବାଗତ ଜଣାଇଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦିପ୍ତ ନାୟକ ।
ପ୍ରଦୀପ୍ତ କହିଛନ୍ତି, ଏହି ଧାରା ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି କହିଛନ୍ତି ସବକା ସାଥ୍ ସବକା ବିକାଶ ପାଇଁ ଏ ବ୍ୟବସ୍ଥା କରାଯାଇଛି । ଧାରା ୩୭୦ ନେଇ ଆଗତ ପ୍ରସ୍ତାବ ପାରିତ ପରେ ସମସ୍ତଙ୍କର ମଙ୍ଗଳ ହେବ । ଦେଶର ଅନେକ ଅର୍ଥ ଜମ୍ମୁ କାଶ୍ମୀରରେ ହିଁ ଖର୍ଚ୍ଚ ହେଉଥିଲା । ସେଠାରେ ଯେଉଁ ଅଶାନ୍ତି ବାତାବରଣ ଥିଲା ଏବେ ଶାନ୍ତି ଫେରିବ । ଏ ବିବାଦକୁ ନେହେରୁ ସମାଧାନ କରିପାରିଲେ ନାହିଁ । ଆଜି ସମାଧାନ ହୋଇଛି । ସେଥିପାଇଁ ଗୃହମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ ନାୟକ ।