ଓଡିଶା

odisha

ସାବିତ୍ରୀ ବ୍ରତ ପାଳିଲେ ବ୍ଲାକମେଲ କୁଇନ, ଜେଲ ପରିସରରେ କଲେ ପୂଜାର୍ଚ୍ଚନା

By

Published : May 19, 2023, 2:14 PM IST

ଜେଲରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା । ସ୍ବାମୀ ଜଗବନ୍ଧୁଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଛନ୍ତି ଅର୍ଚ୍ଚନା । ଅଧିକ ପଢନ୍ତୁ

Archana Nag observe Sabitri Brata
Archana Nag observe Sabitri Brata

Archana Nag observe Sabitri Brata

ଭୁବନେଶ୍ବର: ଜେଲରେ ଅଛନ୍ତି, କିନ୍ତୁ ସ୍ବାମୀଙ୍କ ପାଇଁ ବ୍ରତ କରିବାକୁ ଭୁଲି ନାହାନ୍ତି ଓଡିଶାର ଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ । ଜେଲ ପରିସରରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ସ୍ବାମୀ ଜଗବନ୍ଧୁଙ୍କ ଦୀର୍ଘାୟୁ କାମ କରି ଜେଲ ଅନ୍ତେବାସୀଙ୍କ ସହ ମିଶି ସାବିତ୍ରୀ କରିଛନ୍ତି ଅର୍ଚ୍ଚନା । ଚାଙ୍ଗୁଡିରେ ଭୋଗ ଫଳମୂଳ ସହ ଶାଢୀ, ଶଙ୍ଖା ସିନ୍ଦୁର ନେଇ ଜେଲ ପରିସରରେ ଥିବା ବଟ ବୃକ୍ଷ ତଳେ ପୂଜାର୍ଚ୍ଚନା ଅର୍ଚ୍ଚନା ନାଗ । ଜଗବନ୍ଧୁ ଜେଲରେ ଥିଲେ ବି ତାଙ୍କ ପାଇଁ ଦୀପ ଟିଏ ଲଗାଇ ବଟ ବୃକ୍ଷ ଚାରିପଟେ ଅର୍ଚ୍ଚନା ଭ୍ରମଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଦିନେ ସୁନାରେ ଛାଉଁଣି ହୋଇ କାରରେ ମନ୍ଦିର ଯାଇ ସ୍ବାମୀ ପାଇଁ ବ୍ରତ କରୁଥିବା ଅର୍ଚ୍ଚନା ଆଜି ସାଧାସିଧା ଭାବେ ଓଷା କରିଛନ୍ତି । ନା ପିନ୍ଧିଥିଲେ ଦାମି ଶାଢୀ ନା ଥିଲା ବେକରେ ସୁନା ଗହଣା । କାର ନୁହଁ ବରଂ ପାଦରେ ଚାଲି ଚାଲି ବଟ ବୃକ୍ଷ ପାଖରେ ପହଞ୍ଚିଥିଲେ । ଜେଲ କର୍ମଚାରୀଙ୍କ ପତ୍ନୀ ଓ ଅନ୍ୟ ମହିଳା ଅନ୍ତେବାସୀଙ୍କ ସହ ଲାଇନରେ ଆସି ଅତି ଭାବ ପ୍ରବଣତାର ସହ ପୂଜାର୍ଚ୍ଚନା କରିଥିଲେ ଅର୍ଚ୍ଚନା । ବର୍ତ୍ତମାନ ଜେଲରେ ବିଚାରଧିନ କଏଦୀ ଥିବା ବେଳେ ତାଙ୍କୁ ଚାରିପଟୁ ଜଗି ରହିଥିଲେ ଜେଲ ଓ୍ବାର୍ଡର ଓ ପୋଲିସ ।

ଆଜିର ଦିନରେ ପ୍ରତ୍ୟେକଟି ସଧବା ନାରୀ ସ୍ବାମୀର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ସାବିତ୍ରୀ ଓଷା କରୁଛନ୍ତି। ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଜେଲରେ ଥିଲେ ବି ସେ ଓଷା କରିବାକୁ ଭୁଲି ନାହାନ୍ତି । ଉପବାସ ରହି ଜେଲ ପରିସରରେ ସାବିତ୍ରୀ କରିଛନ୍ତି ଅର୍ଚ୍ଚନା । ଜେଲରେ ପ୍ରଥମ ଥର ପାଇଁ ସାବିତ୍ରୀ କରିଛନ୍ତି ଅର୍ଚ୍ଚନା ।

ଅର୍ଚ୍ଚନା ନାଗ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ ମେଲ କରିବା ସହ ଟଙ୍କା ଦାବି କରୁଥିବା ଅଭିଯୁକ୍ତ । ଶ୍ରଦ୍ଧାଞ୍ଜଳି ଭଳି ଯୁବତୀଙ୍କୁ ପାଖରେ ରଖି ହନିଟ୍ରାପ ପାଇଁ ବ୍ୟବହାର କରୁଥିଲା ଅର୍ଚ୍ଚନା । ଏନେଇ ଅଭିଯୋଗ ପରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ପରେ ତାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ତାଙ୍କ ସହ ସାମିଲ ଥିବା ଅଭିଯୋଗରେ ଗିରଫ ହୋଇଥିଲେ । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହନିଟ୍ରାପରେ ଫସାଇ ବ୍ଲାକ ମେଲ କରି ଟଙ୍କା ଆଦାୟ କରୁଥିଲେ ଅର୍ଚ୍ଚନା । ମନି ଲଣ୍ଡରି କେସ ଆଧାରରେ ଇଡି ଏହାର ତଦନ୍ତ କରୁଥିଲା । ଯେଉଁଥିରେ ତାଙ୍କର ସହଯୋଗୀ ଖଗେଶ୍ବରଙ୍କୁ ଗିରଫ ସହ ଶ୍ରଦ୍ଧାଞ୍ଜଳି ମଧ୍ୟ ଏହି କେସରେ ଛନ୍ଦି ହୋଇଥିଲେ । କେବଳ ଶ୍ରଦ୍ଧାଞ୍ଜଳିକୁ ଛାଡିଦେଲେ ଆଉ ସମସ୍ତେ ଗିରଫ ହୋଇଥିବା ବେଳେ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details