ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାର ଅନ୍ୟ ଅଭିଯୁକ୍ତ ଖଗେଶ୍ବରର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି । ପୁଣି ରିମାଣ୍ଡରେ ନେବାକୁ ଇଡି କୋର୍ଟଙ୍କ ନିକଟରେ ଆବେଦନ କରିଥିଲା । ତେବେ ଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଫଳରେ ପୁଣି ଝାରପଡ଼ା ଜେଲ୍ ବା ବିଚାର ବିଭାଗୀୟ ହାଜତକୁ ଫେରିବ ଖଗେଶ୍ବର ।
ରିମାଣ୍ଡରେ ଆସିବେ ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳି ସହ ହେବ ମୁହାଁମୁହିଁ ଜେରା - ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି ସହ ହେବ ମୁହାଁମୁହିଁ ଜେରା
ଅର୍ଚ୍ଚନା ନାଗ ମାମଲାର ଅନ୍ୟ ଅଭିଯୁକ୍ତ ଖଗେଶ୍ବରର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିବ ଇଡି (Archana Nag money laundering case)। ଅଧିକ ପଢ଼ନ୍ତୁ
ରିମାଣ୍ଡରେ ଆସିବେ ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳି ସହ ହେବ ମୁହାଁମୁହିଁ ଜେରା
୩ ଦିନିଆ ରିମାଣ୍ଡ ବେଳେ ଅନେକ ତଥ୍ୟ ଓଗାଳିଛି ଖଗେଶ୍ବର । ଅର୍ଚ୍ଚନା କେଳେଙ୍କାରୀର ଗୁମର ଇଡି ହାତରେ ଲାଗିଛି । ଏହାପରେ ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ପଚରାଉଚରା ପାଇଁ ପ୍ରସ୍ତୁତ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନକୁ ମଧ୍ୟ ରିମାଣ୍ଡରେ ନେବାକୁ ପ୍ରଡକ୍ସନ ପିଟିସନ ଆବେଦନ କରିଛି ଇଡି ।
ଅର୍ଥ ହେରଫେର୍ ମାମଲାରେ ଅର୍ଚ୍ଚନା କୋର୍ଟରେ ହାଜର ହେବେ । କୋର୍ଟଙ୍କ ଅନୁମତିକ୍ରମେ ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ଶ୍ରଧାଞ୍ଜଳି ଓ ଖଗେଶ୍ବରଠୁ ମିଳିଥିବା ତଥ୍ୟକୁ ନେଇ ଇଡି ପଚରାଉଚରା କରିବ । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିବ ଇଡି ।
Last Updated : Nov 24, 2022, 10:57 PM IST