ଓଡିଶା

odisha

ETV Bharat / state

Archana Nag Case: ପୁରୁଣା ଗାଡି ଶୋରୁମ ଜରିଆରେ ଟଙ୍କା କାରବାର କରୁଥିଲା ଖଗେଶ୍ୱର !

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ମିଡିଲମ୍ୟାନ ଖଗେଶ୍ବର ଜରିଆରେ କିପରି ପୁରୁଣା ଗାଡି ଶୋରୁମ ଜରିଆରେ ଟଙ୍କା କାରବାର ହେଉଥିଲା । ଏନେଇ ସୁରାକ ଲାଗିଛି ଇଡି ହାତରେ । ଅଧିକ ପଢ଼ନ୍ତୁ

Archana Nag Case: ପୁରୁଣା ଗାଡି ଶୋରୁମ ଜରିଆରେ ଟଙ୍କା କାରବାର କରୁଥିଲା ଖଗେଶ୍ବର
Archana Nag Case: ପୁରୁଣା ଗାଡି ଶୋରୁମ ଜରିଆରେ ଟଙ୍କା କାରବାର କରୁଥିଲା ଖଗେଶ୍ବର

By

Published : Nov 26, 2022, 10:51 PM IST

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । କଳା ଟଙ୍କା କାରବାର ନେଇ ଲାଗିଲା ସୁରାକ୍‌ । ଖଗେଶ୍ବର, ଅର୍ଚ୍ଚନା ଓ ଜଗବନ୍ଧୁ ମଧ୍ୟରେ ହୋଇଥିଲା ୩୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନେଣଦେଣ । ମିଡିଲମ୍ୟାନ ଖଗେଶ୍ବର ଜରିଆରେ କିପରି ପୁରୁଣା ଗାଡି ଶୋରୁମ ଜରିଆରେ ଟଙ୍କା କାରବାର ହେଉଥିଲା । ଏନେଇ ସୁରାକ ଲାଗିଛି ଇଡି ହାତରେ ।

Archana Nag Case: ପୁରୁଣା ଗାଡି ଶୋରୁମ ଜରିଆରେ ଟଙ୍କା କାରବାର କରୁଥିଲା ଖଗେଶ୍ବର

ଏନେଇ କିଛି ବ୍ୟାଙ୍କରେ ହୋଇଥିବା ଟ୍ରାନ୍‌ଜାକ୍ସନ ବିବରଣୀ ଆଣିଛି ଇଡି । ଯାହାକୁ ନେଇ ଏକାଧିକ ବ୍ୟାଙ୍କ କର୍ମଚାରୀ ଇଡିରେ ହାଜର ହୋଇ ତଥ୍ୟ ରଖିଛନ୍ତି । ତେବେ କେଉଁ ବ୍ୟାଙ୍କରୁ କେତେ ଟ୍ରାନ୍‌ଜାକ୍ସନ ହୋଇଛି ସେନେଇ ଇଡି ଖୋଳତାଡ ଜାରି ରଖିଛି । ତେବେ ଖଗେଶ୍ବର ସହ ନାଗ ଦମ୍ପତ୍ତିଙ୍କ ଆକାଉଣ୍ଟ ମଧ୍ୟରେ ହୋଇଥିବା କିଛି ଟଙ୍କା ନେଣଦେଣର ବିବରଣୀ ଏବେ ଇଟିଭି ଭାରତ ହାତରେ ହସ୍ତଗତ ହୋଇଛି । ଖଗେଶ୍ବର ଆକାଉଣ୍ଟରୁ ହୋଇଥିବା ୩୫ ଲକ୍ଷ ଟଙ୍କା ଟ୍ରାନ୍‌ଜାକ୍ସନ ଉତ୍ତର ଦେଇପାରିନି । ଅନେକ ତଥ୍ୟ ସେ ଲୁଚାଉଥିବା ସହ ତଦନ୍ତକୁ ଦିଗହରା କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ସେଥିପାଇଁ ଖଗେଶ୍ବରକୁ ତୃତୀୟ ଥର ଲାଗି ରିମାଣ୍ଡ ଆଣିବାକୁ ଉଦ୍ୟମ କରିଥିଲା ଇଡି । ତେବେ ଏଥିପାଇଁ ଅନୁମତି ନମିଳିବା ପରେ ଏନେଇ ଅଧିକ ତଦନ୍ତ ଚଳାଇଛି ଇଡି ।

Archana Nag Case: ପୁରୁଣା ଗାଡି ଶୋରୁମ ଜରିଆରେ ଟଙ୍କା କାରବାର କରୁଥିଲା ଖଗେଶ୍ବର

ଏନେଇ ଆଗକୁ ନାଗ ଦମ୍ପତିଙ୍କୁ ରିମାଣ୍ଡରେ ଆଣିଲେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ଇଡି ସୂତ୍ରରୁ ସୂଚନା ମିଳିଛି । ଖଗେଶ୍ବର ସୁପ୍ରିମ ମୋଟର୍‌ସ ନାଁ ସାମ୍ନାକୁ ଆସିଲା ପରେ କିଛି ବଡ଼ ବଡ଼ ଗାଡି ଶୋରୁମ ମାଲିକଙ୍କ ସହ ଖଗେଶ୍ବର ଯୋଗାଯୋଗରେ ଥିବା ଜଣା ପଡ଼ୁଛି । ଏହା ପଛର‌ କିଛି‌ ବିଜନେସ କାରବାର ସମ୍ପର୍କରେ ଜାଣିବାକୁ ପାଇଛି ଇଡି । ଏନେଇ ଯେଉଁମାନେ ସୁପ୍ରିମ ମୋଟର୍ସ ସହ ଟ୍ରାନ୍‌ଜାକ୍ସନ କରିଛନ୍ତି ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି । କାରଣ ସେମାନଙ୍କ ସହ ସୁପ୍ରିମ ମୋଟର୍ସର କାରବାର ଉପରେ ଇଡିର ନଜର ରହିଛି । ଏନେଇ କିଛି‌ ସୁପ୍ରିମ ମୋଟର୍ସ ଗ୍ରାହକଙ୍କୁ ମଧ୍ୟ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details