ଓଡିଶା

odisha

ETV Bharat / state

ED ପାଇଁ ଅଡୁଆରେ ପାୱର କରିଡର ! ଖୋଲିବ ଅର୍ଚ୍ଚନା ନାଗର ଆର୍ଥିକ କାରବାର

ଇଡି (Enforcement Directorate) ପାଇଁ ଅଡୁଆରେ ପାୱାର କରିଡର। ଖୋଲିବ ଅର୍ଚ୍ଚନା ନାଗର ଆର୍ଥିକ କାରବାର। କୋଟିପତି ବ୍ଲାକମେଲର ଅର୍ଚ୍ଚନା ନାଗର ଆର୍ଥିକ କାରବାର ଉପରେ ଇଡିର ନଜର। କାରଣ ୨୦୧୬ ରୁ ୨୦୨୨ ସୁଧା ୫୦କୋଟିର ମାଲିକାଣି କେମିତି ହେଲା ଅର୍ଚ୍ଚନା । ବ୍ଲାକମେଲରୁ ଆର୍ଥିକ ସାମ୍ରାଜ୍ୟ ଖୋଲିଥିବା ଏହି କୋଟିପତି ବ୍ଲାକମେଲର ଅର୍ଥିକ କାରବାରର ରାଜ ଖୋଲିବ ଇଡି। ମନି ଲଣ୍ଡରିଂ ଆକ୍ଟରେ ତଦନ୍ତ କରିବ ଇଡି । ଅଧିକ ପଢନ୍ତୁ

ED ପାଇଁ ଅଡୁଆରେ ପାୱର କରିଡର, ଖୋଲିବ ଅର୍ଚ୍ଚନା ନାଗର ଆର୍ଥିକ କାରବାର
ED ପାଇଁ ଅଡୁଆରେ ପାୱର କରିଡର, ଖୋଲିବ ଅର୍ଚ୍ଚନା ନାଗର ଆର୍ଥିକ କାରବାର

By

Published : Oct 25, 2022, 11:00 PM IST

ଭୁବନେଶ୍ବର: ଇଡି (Enforcement Directorate) ପାଇଁ ଅଡୁଆରେ ପାୱାର କରିଡର । ଖୋଲିବ ଅର୍ଚ୍ଚନା ନାଗର ଆର୍ଥିକ କାରବାର। କୋଟିପତି ବ୍ଲାକମେଲର ଅର୍ଚ୍ଚନା ନାଗର ଆର୍ଥିକ କାରବାର ଉପରେ ଇଡିର ନଜର । କାରଣ ୨୦୧୬ ରୁ ୨୦୨୨ ସୁଧା ୫୦କୋଟିର ମାଲିକାଣି କେମିତି ହେଲା ଅର୍ଚ୍ଚନା । ବ୍ଲାକମେଲରୁ ଆର୍ଥିକ ସାମ୍ରାଜ୍ୟ ଖୋଲିଥିବା ଏହି କୋଟିପତି ବ୍ଲାକମେଲର ଅର୍ଥିକ କାରବାରର ରାଜ ଖୋଲିବ ଇଡି । ମନି ଲଣ୍ଡରିଂ ଆକ୍ଟରେ ତଦନ୍ତ କରିବ ଇଡି ।

ଏନେଇ ଇଡି ପକ୍ଷରୁ ଆରମ୍ଭ ହୋଇଛି ତନାଘନା । ଏହି ମାମଲାକୁ ନେଇ ଓଡିଶା ରାଜନୀତି ସମେତ ପାୱାର କରିଡରରେ ପଶିଲାଣି ଛନକା । କାରଣ ଆର୍ଥିକ କାରବାର ରାଜ ଖୋଲିଲେ ଇଡି ରାଡାରରେ ଆସିବେ କିଛି ହାଇପ୍ରୋଫାଇଲ ନେତା, ଅଫିସର ଓ ଶିଳ୍ପପତି । କାରଣ ଅର୍ଚ୍ଚନା ନାଗ ଫାସରେ ଅନେକ ହାଇପ୍ରୋଫାଇଲଙ୍କ ସମ୍ପୃକ୍ତି ରହିଥିଲା । ଏବେ କିନ୍ତୁ ଏସବୁର ରାଜ ଖୋଲିବାକୁ ଇଡି ପ୍ରସ୍ତୁତ ଆରମ୍ଭ କରିଛି ତଦନ୍ତ । ଇଡି ଅଧିକାରୀ ଭୁବନେଶ୍ୱର ଡିସିପି ଅଫିସ ଆସି ଆରମ୍ଭ କରିଛନ୍ତି ତନାଘନା ।

ଇଡି ଅଧିକାରୀ ଭୁବନେଶ୍ୱର ଡିସିପିଙ୍କୁ କିଛି ତଥ୍ୟ ମାଗିଥିବା ବେଳେ ଏନେଇ ସମୟ ମାଗିଛି କମିଶନରେଟ ପୋଲିସ । ଏବେ କିନ୍ତୁ କମିଶନରେଟ ପୋଲିସ ପାଇ ସୃଷ୍ଟି ହୋଇଛି ଅଡୁଆ । କାରଣ ଯେଉଁ କେସକୁ ପୋଲିସ ଅଣଦେଖା କରୁଥିଲା ଏବେ ସେହି ଘଟଣାକୁ ଇଡି ତନାଘନା ‌ପାଇ ଆଗଭର ହୋଇଛି । ଏହାରି ଭିତରେ ଯେଉଁମାନେ ଅର୍ଚ୍ଚନାର ଆକାଉଣ୍ଟ ବା ଟଙ୍କା କାରବାର କରିଥିଲେ ସେସବୁର ପୋଲ ଖୋଲିଲେ ପାଓ୍ବାର କରିଡରର ଅଧାରୁ ଅଧିକଙ୍କ ମୁଖା ଖୋଲିବ । ଏପରିକି ଇଡି ଆରବିଆଇ ଠାରୁ ମଧ୍ୟ ଅର୍ଚ୍ଚନାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ସଂଗ୍ରହ କରଛି । ଖୁବଶୀଘ୍ର ଅର୍ଚ୍ଚନା ମାମଲାର ଅଫିସିଆଲ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବ ଇଡି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details