ଭୁବନେଶ୍ବର:ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରିଛି ଇଡି । ପ୍ରଥମେ ଉଭୟଙ୍କୁ ପୃଥକ ପୃଥକ ରୁମ୍ରେ ଜେରା କରାଯାଇଥିଲା । ଏହାପରେ ଉଭୟଙ୍କୁ ମୁହାଁ ମୁହିଁ ମାରାଥାନ୍ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏତେ କମ୍ ସମୟରେ ଏତେ ଅର୍ଥ ଉପାର୍ଜନ କିଭଳି କଲେ ତାହାର ଖିଅ ଖୋଜୁଛି ଇଡି । ଜେରା ପରେ ଆଜି ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା ନାଗଙ୍କ ଓକିଲ ଠାକୁର ସଂଗ୍ରାମ ସିଂ ।
ଅର୍ଚ୍ଚନା ନାଗଙ୍କ ଓକିଲ ଠାକୁର ସଂଗ୍ରାମ ସିଂ କହିଛନ୍ତି, "ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ଯାହା ପ୍ରଶ୍ନ ପଚାରିଛନ୍ତି ତାହାର ଉତ୍ତର ସିଏ ରଖିଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି । କେଉଁ ପରିପ୍ରେକ୍ଷୀରେ ଅର୍ଚ୍ଚନା କଣ ଉତ୍ତର ଦେଇଛନ୍ତି ତାର ଉତ୍ତର ଅର୍ଚ୍ଚନା ହିଁ କହିପାରିବେ ।"