ଓଡିଶା

odisha

ETV Bharat / state

'ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି, ବିରୋଧର ତରିକାକୁ ନାପସନ୍ଦ କରୁଛି' - reaction on 5T ink attack

5T ସଚିବଙ୍କୁ କାଳି ମାଡ ପ୍ରସଙ୍ଗରେ ମୁହଁ ଖୋଲିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ । ସେ ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି । କିନ୍ତୁ ଯେଉଁଭଳି ଭାବରେ ବିରୋଧ ହେଲା ତାର ସମର୍ଥନ କରି ନାହାନ୍ତି । ଅଧିକ ପଢ଼ନ୍ତୁ

" ମୁଁ ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି କିନ୍ତୁ ବିରୋଧର ତରିକାକୁ ନା ପସନ୍ଦ କରୁଛି " ଅପରାଜିତା ଷଡଙ୍ଗୀ
" ମୁଁ ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି କିନ୍ତୁ ବିରୋଧର ତରିକାକୁ ନା ପସନ୍ଦ କରୁଛି " ଅପରାଜିତା ଷଡଙ୍ଗୀ

By

Published : Aug 20, 2023, 8:08 PM IST

" ମୁଁ ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି କିନ୍ତୁ ବିରୋଧର ତରିକାକୁ ନା ପସନ୍ଦ କରୁଛି " ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର:5T ସଚିବଙ୍କୁ କାଳି ମାଡ ପ୍ରସଙ୍ଗରେ ମୁହଁ ଖୋଲିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି "ମୁଁ ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି । ଯେଉଁ ବିରୋଧ ହେଲା ତାର ସମର୍ଥନ କରୁଛି କିନ୍ତୁ ବିରୋଧର ତରିକାକୁ ନାପସନ୍ଦ କରୁଛି । ବିରୋଧ ପ୍ରଦର୍ଶନ କରିବାର ବିଭିନ୍ନ ତରିକା ଥାଏ, କାଳି ପକାଇବା ତରିକା ଠିକ ନୁହେଁ । ଯେଉଁଟା ଠିକ ସେଇଟା ଠିକ ଯେଉଁଟା ଭୁଲ ସେଇଟା ଭୁଲ ।

ଏବେ ଗାଁ ଗହଳିରେ ଆଲୋଚନା ହେଉଛି ବିଜୁ ଜନତା ଦଳର ବିଧାୟକ ଓ ସାଂସଦଙ୍କୁ ଭୋଟ ଦେବୁ ନାହିଁ । କାରଣ ମୁଖ୍ୟମନ୍ତ୍ରୀଙ୍କ ତାଙ୍କ ଉପରେ ବିଶ୍ୱାସ ନାହିଁ । 23 ବର୍ଷରେ ବିଜେଡି ମନ୍ତ୍ରୀ, ସାଂସଦ ବିଧାୟକ ଉପରେ ବିଶ୍ୱାସ ନାହିଁ । ସେଥିପାଇଁ ଜଣେ ସଚିବ ସ୍ତରୀୟ କର୍ମଚାରୀଙ୍କୁ ଅଭିଯୋଗ ଆଣିବା ପାଇଁ ପଠାଉଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ନାହିଁ, ତେବେ ତାଙ୍କୁ ଆମେ କେମିତି ବିଶ୍ୱାସ କରିବା । ଆପଣମାନେ ଜନମତ ସଂଗ୍ରହ କରନ୍ତୁ । ସାଂସଦ ବିଧାୟକଙ୍କୁ ମନା ହେଉଛି ସେମାନେ ନଆସନ୍ତୁ । 23 ବର୍ଷ ଶାସନରେ 30 ଜିଲ୍ଲାରୁ 18 ହଜାର ଅଭିଯୋଗ ଆସିବ ଆଉ ଜଣେ ସରକାରୀ କର୍ମଚାରୀ ତାହାକୁ ଦେଖାଇ କହିବେ, ଏହାକୁ ଆଣିବାକୁ ଯାଇଥିଲେ, ଏହା ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି । ଏଇଟା କେଉଁ ପ୍ରକାରର ଶାସନ, ପ୍ରଶାସନ ?"

ଏହା ମଧ୍ୟ ପଢନ୍ତୁ..ଡ୍ରାମା ବନ୍ଦ କରନ୍ତୁ, ଲକ୍ଷ୍ମଣ ରେଖା ଭିତରେ ରୁହନ୍ତୁ ସଚିବ: ବିଜୟ ପଟ୍ଟନାୟକ

ଭୁବନେଶ୍ଵର ସାଂସଦ ଆହୁରି କହିଛନ୍ତି,"ଜୟଦେବ ନିର୍ବାଚନ ମଣ୍ଡଳୀ ଏବଂ ବେଗୁନିଆ ଯିବେ 5T ସଚିବ ଜାଣିବାକୁ ପାଇଲି, ସେଥିପାଇଁ ହେଲିପାଡ଼ ତିଆରି ହେଉଛି । ମୁଁ ମୋ ସଂସଦୀୟ କ୍ଷେତ୍ର ମୋ କାରରେ ବୁଲି ଆସୁଛି । ସଖାଳୁ ରାତି 10ଟା ମଧ୍ୟରେ ଫେରି ଆସୁଛି । ଭୁବନେଶ୍ୱରରୁ ଜଣେ ବେଗୁନିଆ, ବାଲିପାଟଣା ଯିବ ହେଲିକପ୍ଟରରେ । ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହେଉଛି । ଜଣେ ସଚିବ ହେଲିକପ୍ଟରରେ ବୁଲିବେ ଏବଂ ଲୋକମାନଙ୍କ ଅଭିଯୋଗ ଆଣିବେ ଏହା କେତେଦୂର ଠିକ୍ ତାହା ଜାଣିଥିବେ ।"

ବିଜେଡିର ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି କାରଣ ସେ ସମର୍ଥ ନାହାନ୍ତି, ସେ ବୁଲାବୁଲି କରି ପାରୁନାହାନ୍ତି । ସେ ଅସୁସ୍ଥ ଅଛନ୍ତି । ଏହାକୁ ନେଇ ଅପରାଜିତା କହିଛନ୍ତି, "ଆମେ ଶ୍ୱେତ ପତ୍ର ଚାହୁଁଛୁ । ଓଡିଶାବାସୀ ଶ୍ୱେତ ପତ୍ର ଚାହିଁବେ । ଯାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଦରେ ଆସୀନ କରିଛୁ । ସେ ବୁଲାବୁଲି ଯଦି କରିପାରୁ ନାହାନ୍ତି ତେବେ ଆମେ ଶ୍ୱେତ ପତ୍ର ଚାହିଁବୁ । ରାଜ୍ୟ ସରକାର ତୁରନ୍ତ ଶ୍ୱେତପତ୍ର ଦିଅନ୍ତୁ । ଆଉ ଜଣେ ବିଧାୟକ ସମ୍ପାଦକୀୟ ଲେଖିଲେ, ମୁଁ ତାଙ୍କୁ ସାଧୁବାଦ ଦେବି । ଆଦରଣୀୟ ପ୍ରଫୁଲ୍ଲ ସାମଲ ସତ କହିଲେ ସମ୍ମାନସ୍ପଦ ସୌମ୍ୟ ରଞ୍ଜନ ପଟ୍ଟନାୟଙ୍କ ମନ କଥା ଲେଖିଲେ ।"

ଓଡ଼ିଶାବାସୀଙ୍କ ସମ୍ମାନ ଉପରେ କୁଠାରଘାତ । ସମ୍ବିଧାନକୁ ସମ୍ମାନ ଦେବାକୁ ପଡ଼ିବ । ସେଥିପାଇଁ ପୁରୀ ଅଞ୍ଚଳର ବ୍ୟକ୍ତି ବିରୋଧ କଲେ । ମନ କଥା ଅନ୍ତର କଥା ବୁଝି ପାରୁଛି । ମନ୍ତ୍ରୀ ସାଂସଦ ଉପରେ ବିଶ୍ୱାସ ନାହିଁ, ଜଣେ ନିମ୍ନ ସ୍ତରର ସରକାରୀ କର୍ମଚାରୀ, ଜଣେ ଯୁବକ ତାର ବିରୋଧ କରିଛି । ତରିକା ଖରାପ ଅଛି କିନ୍ତୁ ବିରୋଧ ଠିକ ଅଛି ।


ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details