ଖୋର୍ଦ୍ଧା:ଜଟଣୀରେ ଜମୁଛି ପୌର ନିର୍ବାଚନ ପ୍ରଚାର । ରବିବାର ବିଜେପି ଅଧ୍ୟକ୍ଷ ପାର୍ଥୀ ପ୍ରଶାନ୍ତ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିକାଶ ପାଇଁ ଜଟଣୀବାସୀ ୨୦ ବର୍ଷ ନୁହେଁ, ମାତ୍ର ଦୁଇବର୍ଷ ଦିଅନ୍ତୁ ବୋଲି ସାଂସଦ ଭୋଟରଙ୍କ ନିକଟରେ ଅପିଲ୍ କରିଛନ୍ତି ।
ଜଟଣୀରେ ବିଜେପି ପ୍ରାର୍ଥୀ ବିଜୟୀ ହେଲେ ପାନୀୟଜଳ, ଡ୍ରେନେଜ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭୁବନେଶ୍ବର ସାଂସଦ । ବିଜେପି ଜିତିଲେ ଏଠାରେ ଲୋକଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ । ସ୍ଥାନୀୟ ନେତୃବୃନ୍ଦ ଲୋକଙ୍କ ସହ ସମ୍ପର୍କରେ ରହିଛନ୍ତି ।