ଖୋର୍ଦ୍ଧା:ଫୋକସରେ 24 ନିର୍ବାଚନ । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ରାଜ୍ୟରେ ପ୍ରମୁଖ ଦଳମାନଙ୍କ ଆରମ୍ଭ ହୋଇଗଲାଣି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତି । ଭୋଟରଙ୍କୁ ଆକୃଷ୍ଟ କରି ପାଇଁ ଘର ଘର ବୁଲି ପ୍ରଚାର ଶୋଭାଯାତ୍ରାରେ ଲାଗି ପଡ଼ିଲେଣି ନେତା । ଏହାମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ରାଜନୈତିକ ଉଷ୍ମତା ଅଧିକ ଦେଖିବାକୁ ମିଳୁଛି । କାରଣ ବିଜେପି ଓ ବିଜେଡିର 2 ଟାଣୁଆ ନେତା ଅପରାଜିତା ଷଡ଼ଙ୍ଗୀ ଓ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ ଖୋର୍ଦ୍ଧାରେ ଟକରାଟକରି ଦେଖିବାକୁ ମିଳିଲାଣି ।
ଏହାମଧ୍ୟ ପଢନ୍ତୁ..NCRB ରିପୋର୍ଟକୁ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ କାଉଣ୍ଟର କଲା ବିଜେଡି
ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ନିଜ ସଂସଦୀୟ କ୍ଷେତ୍ରରେ ନିଜକୁ ଲୋକଙ୍କ ଆହୁରି ନିକଟତର କରି ଆଗାମୀ ନିର୍ବାଚନରେ ବିଜୟୀ ହେବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ଅପରାଜିତା । ଯେଉଁଥିପାଇଁ ଖୋର୍ଦ୍ଧାରେ ବିଭିନ୍ନ ଛୋଟ ବଡ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଚାର ଶୋଭାଯାତ୍ରା କରି ଭୋଟରମାନଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଘର ଘର ବୁଲି କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସମସ୍ୟା ପଚାରି ବୁଝୁଛନ୍ତି ବିଜେପି ନେତ୍ରୀ । ଦଳୀୟ କର୍ମୀମାନଙ୍କ ସହ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଦେଲେଣୀ ସାଂସଦ । ପ୍ରତି ନିର୍ବାଚନ ମଣ୍ଡଳୀରେ ଖେଳ ଉପକରଣ ବାଣ୍ଟି ଯୁବଗୋଷ୍ଠୀଙ୍କ ନିକଟତର ହୋଇଥିବା ବେଳେ ଏବେ ମହିଳା ସମାବେଶ ମାଧ୍ୟମରେ ମହିଳାଙ୍କ ଭୋଟ ହେତେଇବା ପାଇଁ ରଣନୀତି ଆରମ୍ଭ କରିଛନ୍ତି । ସେହିପରି ବେଗୁନିଆ ଠାରେ ହେଉଥିବା ଅପରାଜିତାଙ୍କ ମହିଳା ସମାବେଶରେ ହଜାର ହଜାର ମହିଳା ଯୋଗ ଦେଇଥିବା ବେଳେ ଅପରାଜିତାଙ୍କ ପ୍ରତି ଲୋକମାନଙ୍କ ଆସ୍ଥା ବଢୁଥିବା ଚର୍ଚ୍ଚା ହେଉଛି ।