ଖୋର୍ଦ୍ଧା: ଜିଲ୍ଲାରେ କୋଭିଡ ଟୀକାକରଣ ଚାଲିଛି । ଭୁବନେଶ୍ୱରକୁ ବାଦ ଦେଲେ ଖୋର୍ଦ୍ଧା, ହଳଦିଆ, ଜଟଣୀ, ବୋଲଗଡ଼, ବେଗୁନିଆ, ଚିଲିକାରେ ଥିବା କେନ୍ଦ୍ରମାନଙ୍କରେ କୋଭିସିଲଡ଼ ଟିକା ପ୍ରଦାନ କରାଯାଉଛି । ଟିକାର ଅଭାବ ହେତୁ ସମସ୍ତ କେନ୍ଦ୍ରରେ ଟୀକାକରଣ ତ୍ୱରାନ୍ୱିତ ହୋଇପାରୁନାହିଁ ।
ରାଜଧାନୀରେ ଟୀକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡଙ୍ଗୀ - ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ
ଭୁବନେଶ୍ୱରକୁ ବାଦ ଦେଲେ ଖୋର୍ଦ୍ଧା, ହଳଦିଆ, ଜଟଣୀ, ବୋଲଗଡ଼, ବେଗୁନିଆ, ଚିଲିକାରେ ଥିବା କେନ୍ଦ୍ରମାନଙ୍କରେ କୋଭିସିଲଡ଼ ଟିକା ପ୍ରଦାନ କରାଯାଉଛି । ଆଜି ଏସବୁ କେନ୍ଦ୍ର ପରିଦର୍ଶନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ:
ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡଙ୍ଗୀ
ଟିକାକରଣ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡଙ୍ଗୀ
ଆଜି(ବୁଧବାର) ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ପିଏନ କଲେଜ ଏବଂ ଜଟଣୀରେ ଚାଲିଥିବା ଟିକାକରଣ କେନ୍ଦ୍ର ପରିଦର୍ଶନ କରି ଡାକ୍ତର, ନର୍ସ, ଏବଂ ଲୋକଙ୍କ ସହ ଟିକାକରଣ ସଂପର୍କରେ ପଚାରି ବୁଝିଥିଲେ । ଏଥିସହ ଜିଲ୍ଲାର ଅନ୍ୟ କେନ୍ଦ୍ରମାନଙ୍କରେ କୋଭିଡ ଟିକାକରଣ କିପରି ଚାଲିଛି ସେ ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି ଅପରାଜିତା । ସେହିପରି କେନ୍ଦ୍ର ଏବଂ ରାଜ୍ୟର ମିଳିତ ସହଯୋଗରେ ସମସ୍ତଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ ବୋଲି କହିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ