ଓଡିଶା

odisha

ETV Bharat / state

ବୟନିକା ବୁଲିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ୫୨ ହଜାର ଟଙ୍କାର ବସ୍ତ୍ର କିଣିବା ସହ ବୁଣାକାରମାନଙ୍କୁ କଲେ ପ୍ରଶଂସା - ଭୁବନେଶ୍ବର ବୟନିକା ବୁଲିଲେ ଅନୁରାଗ ଠାକୁର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ଭୋକାଲ୍‌ ଫର୍‌ ଲୋକାଲ୍‌" ବାର୍ତ୍ତାକୁ ନେଇ ଭୁବନେଶ୍ୱରରେ ଥିବା ବୟନିକା ବୁଲିଲେ କେନ୍ଦ୍ରମନ୍ତ୍ରୀ ଆନୁରାଗ ଠାକୁର । କିଣିଲେ ଓଡ଼ିଶା ବୁଣାକାରମାନଙ୍କ ଦ୍ୱାରା ତିଆରି ପ୍ରାୟ ୫୨ ହଜାର ଟଙ୍କାର ବସ୍ତ୍ର। ଅଧିକ ପଢ଼ନ୍ତୁ

ବୟନିକା ବୁଲିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
ବୟନିକା ବୁଲିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

By ETV Bharat Odisha Team

Published : Oct 3, 2023, 8:35 PM IST

ବୟନିକା ବୁଲିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଭୁବନେଶ୍ବର:କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଓଡ଼ିଶା ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ଭୋକଲା ଫର ଲୋକାଲର" ବାର୍ତ୍ତାକୁ ନେଇ ଭୁବନେଶ୍ୱରରେ ଥିବା ବୟନିକା ବୁଲିଲେ ଅନୁରାଗ । ତେବେ ଓଡ଼ିଶା ବୁଣାକାରମାନଙ୍କ ଦ୍ୱାରା ତିଆରି ପ୍ରାୟ ୫୨ ହଜାର ଟଙ୍କାର ଏକତ ବା ବାନ୍ଧ ଶାଢ଼ୀ ସହ କୁର୍ତ୍ତା, ଜ୍ୟାକେଟ କପଡା ଏବଂ ଗାମୁଛା କିଣିଛନ୍ତି । ଏହାସହ ଓଡ଼ିଶାର ବୁଣାକାରମାନଙ୍କ ଯାଦୁଗରୀ କଲାକୃତିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ତେବେ ଆଜି କେନ୍ଦ୍ରମନ୍ତ୍ରୀ ଆନୁରାଗ ଠାକୁର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଥିବା ବୟନିକା ପରିଦର୍ଶନରେ ଆସିଥିଲେ । ଏହାସହ ଓଡ଼ିଶା କଳା ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା ବୁଣାକାରଙ୍କ ହାତ ତିଆରି ବିଭିନ୍ନ ବସ୍ତ୍ର ଦେଖିବା ସହ ନିଜ ମନପସନ୍ଦର ଜିନିଷ କିଣିଥିଲେ । ତେବେ ବୟନିକାରୁ ପ୍ରାୟ 52 ହଜାର ଟଙ୍କାର ଜିନିଷ କିଣିଥିଲେ ଅନୁରାଗ । ଏହି ସମୟରେ ଅନୁରାଗଙ୍କୁ ଓଡ଼ିଶାର ବୁଣାକାରମାନଙ୍କ କାରିଗରୀର ମହତ୍ଵକୁ ବୁଝାଇବା ସହ ବେଶ ଶ୍ରଦ୍ଧାର ସହ ଗାମୁଛାକୁ ସଜେଇ ବେକରେ ପକାଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେବେ ଅନୁରାଗ ଠାକୁର ବୟନିକା ବୁଲିବା ବେଳେ କହିଛନ୍ତି "ଗତ କିଛି ବର୍ଷ ହେବ ଖଦି ଓ ଭିଲେଜ ଶିଳ୍ପ ଏବଂ ହସ୍ତତନ୍ତ ଓ ହସ୍ତକଳାର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଓ ସ୍ୱତନ୍ତ୍ର ପରିଚୟ ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ବିଶେଷ କରି ବୁଣାକାରମାନେ କିଭଳି ଲାଭବାନ ହେବେ ଆଉ ସେମାନଙ୍କର କଳାକୁ କିଭଳି ବିଶ୍ୱ ଦରବାରରେ ପହଞ୍ଚାଇ ହେବ ଏହି ଦିଗରେ କାର୍ଯ୍ୟ କରାଯାଉଥିବା ବେଳେ ମହାତ୍ମାଗାନ୍ଧୀଙ୍କ ସ୍ବଦେଶ ଜିନିଷର ବ୍ୟବହାର ଓ ବ୍ୟବସାୟର ସଂକଳ୍ପକୁ ନେଇ କାର୍ଯ୍ୟ କରୁଛନ୍ତି । ଏହାଦ୍ୱାରା ଧୀରେଧୀରେ ଲୋକମାନେ ସଚେତନ ହେଉଥିବା ବେଳେ ଖଦି, ହସ୍ତତନ୍ତ ଓ ହସ୍ତଶିଳ୍ପର ଜିନିଷ କିଣିବାର ପ୍ରୟାସରେ ଲାଗିଲେଣି । ଏହାକୁ ନେଇ ହଜାର ହଜାର କୋଟିର ଖଦି, ହସ୍ତତନ୍ତ ଓ ହସ୍ତଶିଳ୍ପ ଭାରତରେ ଏବେ କିଣାଯାଉଥିବା ଦେଖିବାକୁ ମିଳିଛି। ତେଣୁ ଲୋକମାନଙ୍କ ଭିତରେ ବୁଣାକାରମାନଙ୍କ ହାତ ତିଆରି ଜିନିଷର ବିକ୍ରି ପାଇଁ ଜାଗ୍ରତ ଜନ୍ମେଇବା ଓ ସେମାନଙ୍କୁ ପ୍ରୋତ୍ସାନ ଦେବା ପାଇଁ କେନ୍ଦ୍ର ସରକାର ବୟନିକା ପରି ବଜାର ସୃଷ୍ଟି କରିଛନ୍ତି । ବୁଣାକାରମାନେ ଗାଁରେ ଥିଲେ ମଧ୍ଯ ତାଙ୍କ କଳାକୃତିକୁ ନେଇ କିଭଳି ପରିଚୟ ପାଇବେ ଓ ସେମାନଙ୍କୁ ପ୍ରୋତ୍ସାହନ ମିଳିବ ସେଥିପାଇଁ ଆମ ସମସ୍ତଙ୍କୁ ପ୍ରୟାସ ଆରମ୍ଭ କରିବା ଆବଶ୍ୟକ ।"

ଏହା ମଧ୍ୟ ପଢ଼ନ୍ତୁ....ରାଜ୍ୟ ସରକାରଙ୍କୁ ଅନୁରାଗ ଠାକୁରଙ୍କ ଚେତାବନୀ, କହିଲେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର ନିଆଯିବ କାର୍ଯ୍ୟାନୁଷ୍ଠାନ

ସେପଟେ ବୟନିକାର ମାର୍କେଟିଂ ମ୍ୟାନେଜର ଆର୍ତ୍ତ ରଞ୍ଜନ ମହାପାତ୍ର କହିଛନ୍ତି "କମ ସମୟ ଭିତରେ ଆମ ଦ୍ୱାରା ଯେତିକି ସମ୍ଭବ ହୋଇଛି ଆମେ କେନ୍ଦ୍ରମନ୍ତ୍ରୀଙ୍କୁ ବୁଣାକାରମାନଙ୍କର କଲାକୃତିର ବସ୍ତ୍ର ଦେଖାଇଛୁ । ସେମାନେ ପସନ୍ଦ କରି ତିନୋଟି ପ୍ରକରର ଜିନିଷ ନେଇଥିବା ବେଳେ ୫୨ ହଜାର ଟଙ୍କାର ବସ୍ତ୍ର କିଣିଛନ୍ତି । ଆଉ ଓଡ଼ିଶା କଲାକୃତିର ଝଟକୁଥିବା ଏହି ବସ୍ତ୍ର ଗୁଡିକୁ ଦେଖି ବେଶ ପ୍ରଶଂସା କରିଛନ୍ତି । ବିଶେଷ କରି ସମ୍ବଲପୁର ସୋନପୁର ବରଗଡର ବିଭିନ୍ନ ରକମର କଳାକୃତି ସମ୍ପନ୍ନ ବସ୍ତ୍ର ଦେଖିବା ସହ ତାକୁ ସାଥିରେ ନେଇଯାଇଛନ୍ତି । ଏହାକୁ ନେଇ କବଳ ଆମେ ନୁହେଁ ପ୍ରତିଟି ବୁଣାକାର ଆଜି ଖୁସି ହେବେ ।"

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details