ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଯୋଡି ହେଲା ନୂଆ ଇତିହାସର ଫର୍ଦ୍ଦ । ଓଡିଆ ଫିଲ୍ମ ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅଭିନେତା ଅନୁପମ ଖେର । ଏନେଇ ୫୩ ତମ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ଗୋଆ ଠାରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ପ୍ରଦର୍ଶନ ପରେ ଭାବବିହ୍ବଳ ହୋଇ ଘୋଷଣା କଲେ ଅଭିନେତା ଅନୁପମ ଖେର ।
‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅନୁପମ ଖେର ଆଉ ଫିଲ୍ମ ପ୍ରତୀକ୍ଷାର ହିନ୍ଦୀ ରିମେକ କରିବା ସହ ବାପା ଭୂମିକାରେ ନିଜେ ଅଭିନୟ କରିବେ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ନିଶ୍ଚିତ କରିବା ସହିତ ୧୧ ଶହ ଟଙ୍କା ଅଗ୍ରୀମ ପ୍ରଦାନ କରିଛନ୍ତି ।
ତେବେ ଏହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଆଉ ଏକ ନୂଆ ଇତିହାସର ଫର୍ଦ୍ଦ ଯୋଡି ହେବା ଖବର ନିଶ୍ଚିତ ଭାବେ ଆନନ୍ଦ ଆଣିଦେଇଛି l ଏପରିକି ଏହାକୁ ନେଇ ସୁନିଶ୍ଚିତ ହୋଇଯାଇଛି ଯେ ଓଡ଼ିଆ ଚଳଚିତ୍ର ପ୍ରତୀକ୍ଷା ହିନ୍ଦୀ ଭାଷାରେ ପ୍ରସ୍ତୁତ ହେବ l ଅନ୍ୟପଟେ ଏନେଇ ପିଆଇବି ପକ୍ଷରୁ ମଧ୍ୟ ଏକ ଟ୍ବିଟ କରାଯାଇଛି l
‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅନୁପମ ଖେର
ସୂଚନା ଯୋଗ୍ୟ, ଚଳଚ୍ଚିତ୍ର ପ୍ରତୀକ୍ଷା ଏକ ନିଚ୍ଛକ ମୌଳିକ କାହାଣୀ ଉପରେ ଆଧାରିତ । ଯେଉଁଥିରେ ଓଡିଆ ଘରର କାହାଣୀକୁ ନେଇ ଓଡିଆତ୍ବର ବାସ୍ନାରେ ନିର୍ମିତ ହୋଇଛି ଏହି ଫିଲ୍ମ । ଏଥିରେ ଜଣେ ମଧ୍ୟବିତ୍ତ ପରିବାର ଯୁବକର ସରକାରୀ ଚାକିରି ପାଇଁ ସଂଘର୍ଷର କାହାଣୀ ଏହି ଚଳଚ୍ଚିତ୍ରରେ ପରିବେଷଣ କରିଛନ୍ତି ପ୍ରଯୋଜକ ।
ଇଟିଭି ଭାରତ, ଭୁବନେଶ୍ବର