ଓଡିଶା

odisha

ETV Bharat / state

ପୁଣି କିରୁଥିକା ପ୍ରଭାକରନ ନାମରେ ଜମି ଜବରଦଖଲ ଅଭିଯୋଗ ! - ରମେଶ ଚନ୍ଦ୍ର ଦାସ

ରମେଶଙ୍କ ଅଭିଯୋଗ ଅନୁସାରେ ଭୁବନେଶ୍ବର ଭଗବତୀ ମୌଜାରେ 482 ଡେସିମିଲ ଜମି ତାଙ୍କ ବୋହୁ ଅଧିକାରୀ ଗାୟତ୍ରୀ ଦାସଙ୍କ ନାଁରେ ଥିଲା । ତାଙ୍କ ପୁଅ ଅଧିକାରୀ ଗୌତମ ଦାସ 2009 ମସିହାରେ ଏହି ଜମି କିଣିଥିଲେ । କୋଭିଡରେ ପୁଅ ମୃତ୍ୟୁବରଣ କରିଥିଲା 2021 ଜାନୁଆରୀ ମାସରେ । ବିଜନେସରେ ଆବଶ୍ୟକତା ଅନୁସାରେ 3କୋଟି ଟଙ୍କାର ରଣ କରିଥିଲା ପୁଅ । ଅଧିକ ପଢନ୍ତୁ

19511079ପୁଣି କିରୁଥିକା ପ୍ରଭାକରନ ନାମରେ ଜମି ଜବରଦଖଲ ଅଭିଯୋଗ !
ପୁଣି କିରୁଥିକା ପ୍ରଭାକରନ ନାମରେ ଜମି ଜବରଦଖଲ ଅଭିଯୋଗ !

By ETV Bharat Odisha Team

Published : Sep 14, 2023, 5:36 PM IST

ଭୁବନେଶ୍ବର: ତ୍ରିବେଣୀ ଆର୍ଥ ମୁଭର୍ସର ମାଲିକାଣି କିରୁଥିକା ପ୍ରଭାକରନଙ୍କ ନାଁରେ ବେଆଇନ ଜମି ହଡପର ପୁଣି ଅଭିଯୋଗ । ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡାର 82 ବର୍ଷିୟ ରମେଶ ଚନ୍ଦ୍ର ଦାସ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିକଟକୁ ଲେଖିଥିବା ଚିଠିରେ ସେ ଏହି ଜମି କେଳେଙ୍କାରୀ କଥା ଉଲ୍ଲେଖ କରିଛନ୍ତି । ଯାହାକୁ ଟ୍ୱିଟ୍ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ପୁଣି କିରୁଥିକା ପ୍ରଭାକରନ ନାମରେ ଜମି ଜବରଦଖଲ ଅଭିଯୋଗ !

ରମେଶଙ୍କ ଅଭିଯୋଗ ଅନୁସାରେ ଭୁବନେଶ୍ବର ଭଗବତୀ ମୌଜାରେ 482 ଡେସିମିଲ ଜମି ତାଙ୍କ ବୋହୁ ଅଧିକାରୀ ଗାୟତ୍ରୀ ଦାସଙ୍କ ନାଁରେ ଥିଲା । ତାଙ୍କ ପୁଅ ଅଧିକାରୀ ଗୌତମ ଦାସ 2009 ମସିହାରେ ଏହି ଜମି କିଣିଥିଲେ । କୋଭିଡରେ ପୁଅ ମୃତ୍ୟୁବରଣ କରିଥିଲା 2021 ଜାନୁଆରୀ ମାସରେ । ବିଜନେସରେ ଆବଶ୍ୟକତା ଅନୁସାରେ 3କୋଟି ଟଙ୍କାର ରଣ କରିଥିଲା ପୁଅ । ପୁଅର ମୃତ୍ୟୁ ପରେ ଋଣ ଶୁଝିବା ପାଇଁ ଏହି ଜମିକୁ ବିକ୍ରି କରିବାକୁ ଚିନ୍ତା କରିଥିଲେ ରମେଶ । ସମସ୍ତ କାଗଜପତ୍ର ଯୋଗାଡ କରି ଯାଗା ଉପରକୁ ଯିବା ବେଳକୁ ସେ ଦେଖିଲେ ତାଙ୍କ ଯାଗାରେ ଆଉ କିଏ ବାଉଣ୍ଡ୍ରୀ ବୁଲାଇ ଦେଇଛି । ଖୋଳତାଡ ପରେ ଜାଣିବାକୁ ପାଇଲେ ଯେ କେହି ଜଣେ ପ୍ରଭାକରନ ତ୍ରିବେଣୀ ଆର୍ଥ ମୁଭର୍ସର ବେଆଇନ ଭାବେ ଏହି ଜମି ହାତେଇଛନ୍ତି । ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା ।

ପୁଣି କିରୁଥିକା ପ୍ରଭାକରନ ନାମରେ ଜମି ଜବରଦଖଲ ଅଭିଯୋଗ !

ଏହାବି ପଢନ୍ତୁ- land scam: ରାଜ୍ୟରେ ‘ପାଣ୍ଡିଆନ ପ୍ରୋଜେକ୍ଟ’ ନାଁରେ ଚାଲିଛି ଜମି ହଡପ, ବାଦ ପଡୁନାହିଁ ଦେବଭୂମି କହିଲେ ଅପରାଜିତା

ପରବର୍ତ୍ତୀ ସମୟରେ ପ୍ରଭାକରନଙ୍କ ମ୍ୟାନେଜର ତାଙ୍କ ବୋହୁଙ୍କୁ ଫୋନ କରି ଜମି ବିକ୍ରି କରିବା ପାଇଁ ବାର୍ଗେନିଂ କରିଥିଲେ । କିନ୍ତୁ ବହୁତ କମ ମୂଲ୍ୟ ରଖିଥିବାରୁ ସେ ରାଜି ହୋଇନଥିଲେ । ଏହିପରି ଦୁଇଥର ଫୋନ କରି ଜମି ବିକ୍ରି କରିବା ପାଇଁ ସେ ବାର୍ଗେନିଂ କରିଥିବା ରମେଶ କହିଛନ୍ତି । ତା ପରେ ଆଇନର ଆଶ୍ରୟ ନେଇଛନ୍ତି ରମେଶ । ସରକାରୀ ଅମିନଙ୍କ ପାଖରେ ଆବେଦନ କରିଛନ୍ତି । ବର୍ଷା କାରଣରୁ କାମ ଆଗେଇପାରୁନଥିବା ସେ କହିଛନ୍ତି । ଏଦିଗରେ ସେ ସାଂସଦ ଅପରାଜିତାଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି ।

ସୂଚନାଯୋଗ୍ୟଯେ ଭୁବନେଶ୍ବର ଉପକଣ୍ଠ ଡେରାସ ଅଞ୍ଚଳରେ ତ୍ରିବେଣୀ ଆର୍ଥ ମୁଭର୍ସର ବେଆଇନ ଭାବେ ଶହ ଶହ ଏକର ଜମି ଦଖଲ କରିଥିବା ଅଭିଯୋଗ ଆଣିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏନେଇ ସାଂସଦ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି । ଏହାସହ ନିଜେ ଘଟଣା ସ୍ଥଳକୁ ଯାଇ ଜବରଦଖଲର ଥିବା ଜମି ଉପରେ ନିର୍ମାଣ ହୋଇଥିବା ସରକାରୀ କେନାଲକୁ ଖୋଳି ବାହାର କରିଛନ୍ତି । ଅପରାଜିତାଙ୍କ ଏହି ଘନ ଘନ ଦାବି ଓ ଆକ୍ରମଣ ପରେ ଶେଷରେ ସରକାର ଏହି କେନାଲର ପୁନଃରୁଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details