ଖୋର୍ଦ୍ଧା:ପୁଣି ଅଡୁଆରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଦାସ । ମାନବବାଦ ସଙ୍ଗଠନର ପୂର୍ବତନ ସଦସ୍ୟ ଶୁଭାଶିଷ ବେହେରା ତାଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ସେ ସଙ୍ଗଠନକୁ ବୃଦ୍ଧି ନ କରିପାରିବାରୁ ତାଙ୍କୁ ମାରିଦେବାକୁ ଧମକ ଦିଆଯାଇଥିବା ସେ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିଛନ୍ତି ।
ଗତ 2019 ମସିହା ଜୁନ 13 ତାରିଖରେ ନିଜିଗଡ଼ ତାପଙ୍ଗ ଝିଙ୍କିଝାରି ଗ୍ରାମର ଶୁଭାଶିଷ ମାନସ ଦାସଙ୍କ ସଙ୍ଗଠନରେ ଜଡିତ ଥିଲେ । ତାଙ୍କୁ ସଂଗଠନକୁ ବୃଦ୍ଧି କରିବା ପାଇଁ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ଏହାକୁ ସେ ନ କରିବାରୁ ଶୁଭାଶିଷଙ୍କୁ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଗାଳି କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତେବେ ଏନେଇ ସେ ଆଜି(ଗୁରୁବାର) ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ ଆଣିଛନ୍ତି ।