ଖୋର୍ଦ୍ଧା: ପୁଣି ଆଉ ୫ଜଣ କୋରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ସବଡିଭିଜନରେ ୩ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ଖୋର୍ଦ୍ଧା ସବଡିଭିଜନରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର ବାଲିପାଟଣାରୁ ଜଣେ, ଶିଶୁପାଳଗଡରୁ ଜଣେ, ବିଏମସିରୁ ଜଣେ, ସେହିପରି ଖୋର୍ଦ୍ଧା ବେଗୁନିଆ ବ୍ଲକ ହୀରାପୁର ପଞ୍ଚାୟତ ଗାଲଭାର ଗ୍ରାମର ୨ଜଣ ଆକ୍ରାନ୍ତ ଥିବା ଜଣାପଡିଛି ।