ଭୁବନେଶ୍ବର:ପ୍ରକାଶ ପାଇଲା 'ଅସର' ରିପୋର୍ଟ। ରାଜ୍ୟର କେବଳ ସମ୍ବଲପୁର ଜିଲ୍ଲାର ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ, ୬୪ ପ୍ରତିଶତ ଛାତ୍ରଛାତ୍ରୀ ଜାଣିନାହାନ୍ତି ଗଣିତ ଓ ହରଣ । ଏପରିକି ୨୧ ପ୍ରତିଶତ ଯୁବକ ଯୁବତୀ କୌଣସି ସଂସ୍ଥାନରେ ନାମ ଲେଖାଇ ନାହାନ୍ତି। ଏହାସହ ପାଖାପାଖି ୯୦ ପ୍ରତିଶତ ଯୁବପିଢି ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଅସର ୨୦୨୩ ସର୍ଭେ ଅନୁସାରେ, ୨୬ ରାଜ୍ୟର ୨୮ ଟି ଜିଲ୍ଲାରେ ସର୍ଭେ କରାଯାଇଛି। ଏଥିପାଇଁ ୧୪-୧୮ ବର୍ଷର ୩୪ ହଜାର ୭୪୫ ପିଲାଙ୍କୁ ନେଇ ହୋଇଛି ସର୍ଭେ।
ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ୨ଟି ଲେଖାଏଁ ଜିଲ୍ଲାରେ ସର୍ଭେ କରାଯାଇଥିବାବେଳେ ବାକି ରାଜ୍ୟରେ ଗୋଟିଏ ଲେଖାଏଁ ଜିଲ୍ଲାରେ ସର୍ଭେ କରାଯାଇଛି। ଏହି ଅବସରରେ ଓଡ଼ିଶାରେ ଅସର-୨୦୨୩ ସର୍ଭେ ଅନୁସାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ସମ୍ବଲପୁରରେ ସର୍ଭେ କରାଯାଇଛି। ଏଥିରେ ଦେଖାଯାଇଛି, ୧୪-୧୮ ବର୍ଷର ଯୁବକଯୁବତୀମାନେ ଯେକୌଣସି ଶିକ୍ଷା ସଂସ୍ଥାନରେ ପଞ୍ଜୀକୃତ ରହିଛନ୍ତି। ୭୯.୨ ପ୍ରତିଶତ ଯୁବକଯୁବତୀମାନେ ସରକାରୀ ସଂସ୍ଥାନରେ ପଞ୍ଜୀକୃତ ରହିଛନ୍ତି। ୨୧.୯ ପ୍ରତିଶତ ଯୁବକ ଯୁବତୀମାନେ କେଉଁଠି ମଧ୍ୟ ପଞ୍ଜୀକୃତ ନାହାନ୍ତି। ଏହି ଅନୁପାତ ୧୪-୧୬ ବର୍ଷ ତୁଳନାରେ ୧୭-୧୮ ବର୍ଷ ଯୁବକଯୁବତୀମାନଙ୍କ ପାଇଁ ଅଧିକ ରହିଛି। ୧୭-୧୮ ବର୍ଷର ଯୁବକଯୁବତୀମାନଙ୍କ ମଧ୍ୟରେ ୩୭.୫ ପ୍ରତିଶତ ପୁରୁଷ ଓ ୪୪.୯ ପ୍ରତିଶତ ମହିଳା ପଞ୍ଜୀକୃତ ନାହାନ୍ତି।
ସମ୍ବଲପୁରରେ ୧୪-୧୮ ବର୍ଷର ସମସ୍ତ ଯୁବକଯୁବତୀଙ୍କ ମଧ୍ୟରୁ ୭୭.୫ ପ୍ରତିଶତ 'ଅସର' ପଠନ ପରୀକ୍ଷାରେ ଦ୍ଵିତୀୟ ଶ୍ରେଣୀ ପାଠ ପଢ଼ି ପାରୁଛନ୍ତି। ୩୫.୯ ପ୍ରତିଶତ 'ଅସର' ଗଣିତ ପରୀକ୍ଷାରେ ହରଣ କରିପାରୁଛନ୍ତି। ୫୩.୬ ପ୍ରତିଶତ 'ଅସର' ଇଂରାଜୀ ପରୀକ୍ଷାରେ ଅତି କମରେ ବାକ୍ୟ ପଢୁଛନ୍ତି। ମୋଟାମୋଟି ଭାବରେ ୪୦ ପ୍ରତିଶତ ଯୁବକଯୁବତୀ ଗଣତି କରି ପାରିଛନ୍ତି। ଯେଉଁମାନେ ପ୍ରଥମ ଶ୍ରେଣୀ ପାଠ ପଢ଼ି ପାରୁଛନ୍ତି ସେମାନଙ୍କ ମଧ୍ୟରୁ ୫୬. ୪ ପ୍ରତିଶତ ଏକ ଔଷଧ ପ୍ୟାକେଟ୍ ପଢ଼ି ୪ଟିରୁ ୩ଟି ପ୍ରଶ୍ନର ଉତ୍ତର ଦେଇପାରିଛନ୍ତି। ଯେଉଁମାନେ ଫେଡାଣ ପରିପାରୁଛନ୍ତି ସେମାନଙ୍କ ମଧ୍ୟରୁ ୫୦.୧ ପ୍ରତିଶତ ବଜେଟ୍ ସମ୍ବନ୍ଧିତ ଟାସ୍କ କରିପାରୁଛନ୍ତି । ୨୮.୫ ପ୍ରତିଶତ ରିହାତି ପ୍ରଶ୍ନ ସମାଧାନ କରିପାରୁଛନ୍ତି। ଏହାସହ ୮.୫ ପ୍ରତିଶତ ସରଳ ସୁଧ ପ୍ରଶ୍ନ ସମାଧାନ କରିପାରୁଛନ୍ତି।